Saturday , December 3 2022
Breaking News
Home / ବିଶେଷ / ରାଜନୀତି ବୁଢିଆଣୀ ଜାଲରେ ଛନ୍ଦି ହୋଇଥିଵା ଚର୍ଚ୍ଚିତ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ହାଇକୋର୍ଟର ଦ୍ବାରସ୍ଥ

ରାଜନୀତି ବୁଢିଆଣୀ ଜାଲରେ ଛନ୍ଦି ହୋଇଥିଵା ଚର୍ଚ୍ଚିତ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ହାଇକୋର୍ଟର ଦ୍ବାରସ୍ଥ

କଟକ ସଦର,୦ ୩ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଷ୍ଟ୍ରପତି ନିର୍ବାଚନରେ ବିଜେପି ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରପୋଦୀ ମୁର୍ମୁଙ୍କୁ ଖୋଲାଖୋଲି ଭୋଟ ଦେଇ ଚର୍ଚ୍ଚାକୁ ଆସିଥିବା କଟକ ବାରବାଟି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏଵେ ରାଜନୀତି ବୁଢିଆଣୀ ଜାଲରେ ଛନ୍ଦି ହୋଇ ପଡିଥିବା ଅଭିଯୋଗ ଶୁଣାଯାଉଛି। ରାଷ୍ଟ୍ରପତି ନିର୍ବାଚନ ପରେ କଂଗ୍ରେସ ଛାଡି ଵିଜେଡି,ଵିଜେପି ଓ ଆପ୍ ନେତାଙ୍କ ସହ ଯୋଗସୂତ୍ର ରଖିଥିବା ମୋକିମ୍ ଅସଲ ଚେହେରା ଜଣାପଡିଵା ପରେ ତାଙ୍କ ପାଇଁ ଅଡ଼ୁଆ ବଢୁଥିବା ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷର ଏକ ପୁରୁଣା ଓଡ଼ିଶା ରୁରାଲ ହାଉସିଁ ଡେଭଲପମେଣ୍ଟ କର୍ପୋରେସନ (ORHDC) ଦୁର୍ନୀତି ମାମଲାରେ ତାଙ୍କୁ ୩ ଵର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ଏବଂ ପରେ ପରେ ତାଙ୍କୁ ମଧ୍ୟ ବେଲ୍ ଆଦେଶ ମିଳିଛି। ଏହି ମାମଲାରେ ବର୍ତ୍ତମାନ ତାଙ୍କର ଗିରଫ ହେଵାର ଭୟ ନଥିଵା ବେଳେ ଆଇନ ଅନୁସାରେ ସଭ୍ୟ ପଦ ରଦ୍ଦ ହେଵାର ଆଶଙ୍କା ଉପୁଜିଛି। ଏଥିପାଇଁ ମୋକିମ୍ ଜେଲ୍ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ହାଇକୋର୍ଟ ଭିଜିଲାନ୍ସ ଅଦାଲତଙ୍କ ରାୟ କାଏମ ରଖୁଛନ୍ତି କି ଖାରଜ କରୁଛନ୍ତି ତାହା ଶୁଣାଣି ହେଲେ ଯାଇଁ ଜଣାପଡିଵ। ହେଲେ ଦଶହରା ପାଇଁ ହାଇକୋର୍ଟ ଛୁଟି ଥିବାରୁ ଜରୁରୀକାଳୀନ ଭିତ୍ତିରେ ଵି ଏହି ମାମଲାର ଶୁଣାଣି ନିମିତ୍ତ ଅଦ୍ୟାବଧି ତାଲିକାଭୁକ୍ତ ହୋଇନଥିବା ଜଣାପଡିଛି। ଆଗକୁ ମୋକିମଙ୍କ ପାଇଁ ଅଡୁଆ ଅଧିକ ଵଢିଵାର ସମ୍ଭାବନା ଅଧିକ ରହିଛି ।

Leave a Reply

Your email address will not be published.