Saturday , December 3 2022
Breaking News
Home / ବିଶେଷ / ମା ଉଗ୍ରତାରା ଓ ମା ବନଦୁର୍ଗାଙ୍କ ମହାଗୌରୀ ବେଶ

ମା ଉଗ୍ରତାରା ଓ ମା ବନଦୁର୍ଗାଙ୍କ ମହାଗୌରୀ ବେଶ

ଟାଙ୍ଗି (ଖୋର୍ଦ୍ଧା) ୦ ୩  /୧୦/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) :ଶାରଦୀୟ  ନବରାତ୍ରର ଅଷ୍ଟମ ଦିବସରେ କଲ୍ୟାଣମୟୀ ଜଗଜ୍ଜନନୀ ମା ଉଗ୍ରତାରା ଓ ମା ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ମୁଳିଝରଗଡ ସ୍ଥିତ ମା ଉଗ୍ରତାରା ଓ ରାମେଶ୍ଵର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ମା ଙ୍କ ଦର୍ଶନ ଲାଗି ବହୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ବିଶ୍ମର ମଙ୍ଗଳ କାମନା କରି ସ୍ତୁତି ପାଠ ଦ୍ବାରା ତ୍ରିଦିବସୀୟ ଯଜ୍ଞର ତୃତୀୟ ଦିବସରେ  ସକାଳୁ ମା ମାନଙ୍କର ମଙ୍ଗଳ ଆଳତି,କଳଶ ପୂଜା, ସୂର୍ଯ୍ୟ ପୂଜା, ଆବାହିତ ଦେବା ଦେବୀଙ୍କ ପୂଜନ ଓ  ମା ଙ୍କୁ ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଆଳତି ପୁଷ୍ପାଞ୍ଜଳି,  ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା,ଆହୁତି ପ୍ରଦାନ ପୂର୍ବକ ପୂର୍ଣ୍ଣାହୁତି କରାଯାଇଛି।

Leave a Reply

Your email address will not be published.