Wednesday , May 31 2023
Breaking News
Home / ବିଶେଷ / ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳିତ

ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳିତ

କେନ୍ଦ୍ରାପଡା, ୦୩/୧୦/୨୦୨୨(ଓଡ଼ିଶା ସମାଚାର)- ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ୧୫୪ତମ ଗାନ୍ଧି ଜୟନ୍ତୀ ଉପଲକ୍ଷେ ସଭାପତି କରୁଣାକର ଦାସଙ୍କ ସଭାପତିତ୍ୱରେ ଗରାପୁର ଡାକବଙ୍ଗଳା ଛକରେ ଥିବା ଗାନ୍ଧି ପ୍ରତିମୂର୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ସ୍ମୃତି କମିଟି ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନ ବିହାରି ଜେନା, ଧିରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂ, ନିରଞ୍ଜନ ମେକାପ, ଅକ୍ଷୟପ୍ରିୟ ଦାସ, ଶ୍ରୀଧର କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ନିରଞ୍ଜନ ବଳ, ମାନସ ରଞ୍ଜନ ଧଳ, ସମ୍ବିତ ଦାସ, ସେକ ୟୁସୁଫ ପ୍ରମୁଖ ଯୋଗଦେଇ ଜାତିର ପିତା ଓ ଅହିଂସାର ପୂଜାରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପରେ ପରେ ଆନନ୍ଦ ମାର୍ଗରେ ଥିବା ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.