Thursday , June 8 2023
Breaking News
Home / ବିଶେଷ / ନିଶାମୁକ୍ତ ଭାରତ ଓ ମଦମୁକ୍ତ ଓଡିଶା ଦାବିରେ ଗାନ୍ଧୀ ମୂର୍ତିତଳେ ଧାରଣା

ନିଶାମୁକ୍ତ ଭାରତ ଓ ମଦମୁକ୍ତ ଓଡିଶା ଦାବିରେ ଗାନ୍ଧୀ ମୂର୍ତିତଳେ ଧାରଣା

କେନ୍ଦ୍ରାପଡା, ୦୩/୧୦/୨୦୨୨(ଓଡ଼ିଶା ସମାଚାର)- ସ୍ୱାଧୀନତା ସଂଗ୍ରାମ କାଳରେ ନିଶାମୁକ୍ତ ଭାରତ ଗଠନ ଗାନ୍ଧିଜୀଙ୍କର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ ଥିଲା । ମାତ୍ର ଏବେ ଆମେ ସ୍ୱାଧୀନତାର ଅମ୍ରୁତ ମହୋତ୍ସବ ପାଳନ କରୁଥିଲେ ମଧ୍ୟ ସିଦ୍ଧ/ନିଷିଦ୍ଧ ସକଳ ପ୍ରକାର ବିଷ ବଳୟରେ ସମୁଦାୟ ସମାଜ ଜର୍ଜରିତ । ସରକାରମାନ ଏଦିଗରେ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରିବା ପରିବର୍ତେ ରାଜସ୍ୱ ଆୟର ଆଳରେ ନିଜର ଭ୍ରଷ୍ଟ ରାଜନୈତିକ ସ୍ୱାର୍ଥର ଚରିତାର୍ଥ ନିମନ୍ତେ ଆଜିଯାଏ ନିଶା ପ୍ରସାର ନୀତି ଗ୍ରହଣ କରିଆସୁଛନ୍ତି । ବିହାର ପରି କେତେକ ରାଜ୍ୟ ସରକାର ଜନମତ ଚାପରେ ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରିଥିଲେ ମଧ୍ୟ ସମଗ୍ର ଦେଶରେ ଏପରି ଆଇନ ଆସୁନଥିବା କାରଣରୁ ଏହା ସମ୍ପୂର୍ଣ୍ଣ ରୂପେ ସଫଳ ହୋଇପାରୁ ନାହିଁ । ଏହି ପରିପ୍ରେକ୍ଷୀରେ ନିଶା ନିବାରଣ ଅଭିଯାନର ରାଜ୍ୟ କମିଟି ଆହ୍ୱାନ କ୍ରମେ ୧୯୫୬ ନିଶା ନିବାରଣ ଆଇନକୁ ତୁରନ୍ତ ରାଜ୍ୟରେ ଲାଗୁ କରିବା ସହ ମଦମୁକ୍ତ ଓଡିଶା ଓ ନିଶାମୁକ୍ତ ଭାରତ ଦାବିରେ ଗାନ୍ଧୀ ଜୟନ୍ତୀ ଅବସରରେ  କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଗରାପୁରସ୍ଥିତ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତି ସମ୍ମୁଖରେ ସଂଗଠନର ଜିଲ୍ଲା ଶାଖା ସଭାପତି ପାର୍ବତୀ ନାୟକ ଓ ସମ୍ପାଦକ ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ହୋଇଥିବା ମୌନ ଧାରଣାରେ ଦୌ୍ରପଦୀ ରାଉତ, ଭାଗୀରଥି ଜେନା, ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଅଜୟ ସାମଲ,ଦମୟନ୍ତୀ ସାହୁ, ସଶ୍ମିତା ବେହେରା, ଗଣେଶ ପରିଡା, ଶ୍ରୀଧର ମହାନ୍ତି,ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକର୍ତାମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published.