Friday , December 9 2022
Breaking News
Home / ନିର୍ବାଚନ / ଧାମନଗର ଉପନିର୍ବାଚନ ନଭେମ୍ବର ୩ରେ – –

ଧାମନଗର ଉପନିର୍ବାଚନ ନଭେମ୍ବର ୩ରେ – –

ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି – –
ଭୁବନେଶ୍ୱର, ୦ ୩ /୧୦/୨୦୨୨ (ଓଡ଼ିଶା ସମାଚାର)- ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଅଗଷ୍ଟ ୭ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଥିବା ବେଳେ ୧୫ରେ ଯାଞ୍ଚ ଏବଂ ୧୭ରେ ନାମାଙ୍କନ ପ୍ରତ୍ୟାହର ଶେଷ ଦିନ । ନଭେମ୍ବର ୬ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ନଭେମ୍ବର ୮ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହେବା ଯୋଗୁ କେବେ ଉପନିର୍ବାଚନ ହେବ ସେନେଇ ନାନା କଳ୍ପନାଜଳ୍ପନା ଚାଲିଥିଲା । ହେଲେ ଏହି ସବୁ ଚର୍ଚ୍ଚାରେ ଅନ୍ତ ଲଗାଇଛନ୍ତି ନିର୍ବାଚନ କମିଶନର । ଓଡ଼ିଶା ସମାଚାର

Leave a Reply

Your email address will not be published.