Friday , September 29 2023
Breaking News
Home / ବିଶେଷ / ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି

ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି

ମୋହନା, ୦୩/୧୦/୨୦୨୨(ଓଡ଼ିଶା ସମାଚାର)- ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଦାମଦୁଆ ପଞ୍ଚାୟତ ନିକଟସ୍ଥ କୋଲବା ଗ୍ରାମରେ । ଏହି ଗ୍ରାମର ସାଙ୍କ ମୁର୍ମୁ(୪୫) ଗତ ସେପ୍ଟେମ୍ବର ୧୩ ତାରିଖରେ ହରଭାଙ୍ଗି ଅଂଚଳର ଆଦର ବର୍ଦ୍ଧନ ନାମକ ଜଣେ ଯୁବକ ସାଙ୍କଙ୍କ ସହ ଆଉ ୫ ଜଣକୁ ଦାଦନ ଖଟେଇବା ପାଇଁ ଉତ୍ତରପ୍ରଦେଶ ନେଇଥିଲେ । ସେଠାରେ ଦିନ ମଜୁରିଆ ଭାବେ ୨ ଦିନ କାମ କରିବା ପରେ ଦରମା ପାଇ ମଦ ପିଇଥିଲେ । ନିଶା ରେ ଠିକାଦାର ସହ ତାଙ୍କର ବଚସା ହୋଇଥିଲା । ଏହାପରେ ତାଙ୍କୁ ନିଶା ହୋଇ ଯାଇଥିଲା । ତାଙ୍କର ହୋସ ଆସିବା ପରେ ତାଙ୍କର ହାତ ପାପୁଲି ଏବଂ ଗୋଡ ପାଦ କଟାଯାଇଥିବା ଦେଖିଥିଲେ । ଏହା ସହ ମାଡ଼ ମରା ଯାଇଥିବା ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ କଲେ ଅସୁବିଧା ହେବ ବୋଲି ଧମକ ମଧ୍ୟ ଦେଇଥିବା ପରିବାର ଲୋକେ କହିଛନ୍ତି । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ସରକାର ଚିକିତ୍ସା ପାଇଁ ସାହାଯ୍ୟ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *