Friday , December 9 2022
Breaking News
Home / କ୍ରୀଡ଼ା / ଜିଲ୍ଲା କ୍ରୀଡ଼ା ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଜିଲ୍ଲା କ୍ରୀଡ଼ା ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଜୁନାଗଡ଼ , ୦ ୩  /୧୦/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଶ ନାୟକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଜୁନାଗଡ଼ ବ୍ୟାଡମିନ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ସଭା ରେ କାର୍ୟ୍ୟକାରୀ ସଭାପତି ଶ୍ରୀ ସରୋଜ କୁମାର ପଣ୍ଡାଙ୍କ  ସଭାପତିତ୍ବ ରେ ଅତିଥି ଭାବେ ରାଜ୍ୟ ବ୍ୟାଡମିନ୍ଟନ ଆସୋସିଏସନ ସହ ସମ୍ପାଦକ ତଥା କଳାହାଣ୍ଡି ବ୍ୟାଡମିନ୍ଟନ ଆସୋସିଏସନ ର ସମ୍ପାଦକ ଶ୍ରୀ ସନ୍ଦୀପ ମିଶ୍ର ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ଶ୍ରୀ ହିମାଂଶୁ ଶେଖର ବରାଡ ବ୍ୟାଡମିନ୍ଟନ ଆସୋସିଏସନ ସମ୍ପାଦକ ଶ୍ରୀ ସମୀର ସାହୁ ଯୋଗଦାନ କରି କ୍ରୀଡା ଅଧିକାରୀ ଶୁଭାଶିଶ ନାୟକ ଙ୍କ ଜୁନାଗଡ଼ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ । ଶ୍ରୀ ନାୟକ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ସଭାରେ ଉପସଭାପତି ମାନସ ସାହୁ ,କୋଷାଧ୍ୟକ୍ଷ ରାକେଶ ବେମାଲ,ଦିଲୀପ ପଣ୍ଡା,କାଉନ୍ ସିଲର ଚକ୍ର ବାଗ ,ଓ ସଚିନ    ଅନ୍ଧାନି, ବିଜୁ ଶର୍ମା,ଦେବଦତ୍ତ ପଣ୍ଡା, ମୁକେଶ ଅଗ୍ରୱାଲ ପପୁ ପଣ୍ଡା ସୁମନ ପାଣିଗ୍ରାହୀ, ତାପସ ସାହୁ ଜଲି  ଭୋଇ ଓ ଆସୋସିଏସନ ର ସମସ୍ତ ଖେଳାଳି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.