Saturday , December 3 2022
Breaking News
Home / ବିଶେଷ / ଗୋପବନ୍ଧୁ – ରମାଦେବୀ ଆଶ୍ରମ ଆନୁକୁଲ୍ୟରେ ଗାନ୍ଧୀ ଜୟନ୍ତୀ 

ଗୋପବନ୍ଧୁ – ରମାଦେବୀ ଆଶ୍ରମ ଆନୁକୁଲ୍ୟରେ ଗାନ୍ଧୀ ଜୟନ୍ତୀ 

ବରୀ , ୦ ୩  /୧୦/୨୦୨୨ (ଓଡ଼ିଶା ସମାଚାର)-ସ୍ୱାଧିନତାର ମହାପୀଠ ଗୋପବନ୍ଧୁ- ରମାଦେବୀ ଆଶ୍ରମ ତରଫରୁ ବରୀ ଶୁକଳ ସ୍ଥିତ ଶୁକ୍ଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଗାନ୍ଧି – ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି । ଅଧ୍ୟାପକ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟାଜିତ ଜୟନ୍ତୀ ସଭାରେ  ଗୋପବନ୍ଧୁ ରମାଦେବୀ ଆଶ୍ରମର ସଂପାଦକ ନିମାଇଁ ରାୟଙ୍କ ତତ୍ୱାବଧାନରେ ସମସ୍ତ କାଯ୍ୟକ୍ରମ ସଂପାଦିତ ହୋଇଥିଲା । ରାମଧୂନ ମାଧ୍ୟମରେ ଗାନ୍ଧୀଙ୍କ ଫେଟାଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା । ପରେ ପରେ ସହିଦ୍ ମାୟାଧର ଭୂୟାଁଙ୍କ ପ୍ରତିମୂର୍ତ୍ତୀ ସ୍ଥଳକୁ ଆଗନ୍ତୁକ ମାନେ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସର୍ବଧର୍ମ ପ୍ରାର୍ଥନା ଓ ରାମଧୂନ କରାଯାଇଥିଲା । ସଂପାଦକ ଶ୍ରୀଯୁକ୍ତ ରାୟ ପ୍ରାଥମିକ ସୂଚନା ପ୍ରଦାନ କରିଥିଲେ । ଆଗନ୍ତୁକ ମାନଙ୍କ ମଧ୍ୟରୁ ମନୋଜ କୁମାର ମଲ୍ଲ, ସୀତାରାଣୀ ଦେଓ,ଅଭୟ ସତପଥି, ଶରତ କୁମାର ଜେନା, ବଲ୍ଲଭ ଜେନା, ଭାରତୀ ଦାଶ, ମକରଦ୍ୱଜ ସାହୁ, ଇନ୍ଦ୍ରମଣି ଶ୍ୟାନ୍ତି,ଅନିରୁଦ୍ଧ ମଲ୍ଲ,ନରହରୀ ଦାସ, ଅନିଲ ଓଝା, ଅଭିରାମ ମଲ୍ଲ, ବୈଷ୍ଣବ ଚରଣ ଦାଶ,ମାଧବ ଶ୍ୟାନ୍ତି ପ୍ରମୁଖ ଗାନ୍ଧୀ ବିଚାରଧାରା ଉପରେ ଆଲୋକ ପାତ କରି ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ପ୍ରଭାତ ପ୍ରଧାନ ଧନ୍ୟଦାବ ଅର୍ପଣ କରିଥିଲେ ।

Leave a Reply

Your email address will not be published.