Wednesday , May 31 2023
Breaking News
Home / ବିଶେଷ / ଗାନ୍ଧିବାଦର ପ୍ର।ସଙ୍ଗିକତା ରହିଛି ସବୁବେଳେ –

ଗାନ୍ଧିବାଦର ପ୍ର।ସଙ୍ଗିକତା ରହିଛି ସବୁବେଳେ –

ୱର୍କ ଫର ନାସନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ –
ନିରାକାରପୁର ୦ ୩ /୧୦/୨୦୨୨ (ଓଡ଼ିଶା ସମାଚାର)- ନିରାକାରପୁର ଅଂଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୱର୍କ ଫର ନେସନ ତରଫରୁ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ ସଞ୍ଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ଉଚ୍ଚଶିକ୍ଷା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ନୁପଦ ସେଠୀ ମୁଖ୍ୟ ଅତିଥି, ଅଧ୍ୟାପିକା ବୈଶାଳୀ ଦେବୀ ସମାନିତ ଅତିଥି ଓ ବଶିଷ୍ଟ ସାହିତ୍ୟକ ଡ଼ କୃଷ୍ଣ କେଶବ ଷଢଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗାନ୍ଧିବାଦର ପ୍ରସଙ୍ଗିକତା ଉପରେ ଆଲୋକପାତ କରିଥିଲେ । କାର୍ୟ୍ୟକ୍ରମ ପାରମ୍ଭରେ ୱାର୍କ ଫର ନେସନର କାର୍ୟ୍ୟନିର୍ବାହୀ ଜମ୍ବେଶ୍ୱର ରାଉତରାୟ କାର୍ୟ୍ୟକ୍ରମ ଉଦେଶ୍ୟ ଉପରେ ସୂଚନା ଦେଇଥିବା ବେଳେ ବରିଷ୍ଠ କାର୍ୟ୍ୟକର୍ତା ଲଷ୍ମୀକାନ୍ତ ପ୍ରଧାନ ଗାନ୍ଧୀବାଦର ମୂଳ ଆଧାର ଉପରେ ସଂକ୍ଷିପ୍ତ ଭାଷଣ ରଖିଥିଲେ। ଅନୁଷ୍ଠାନର ସମ୍ପାଦକ ଚିତ୍ତରଞ୍ଜନ ମହାରଣା ବାବରଣୀ ପାଠ କରିଥିବା ବେଳେ ଉପଦେଷ୍ଟା ଶୁଭମ ଦାସ ଅଞ୍ଚଳବାସୀ ସମସ୍ୟା ସହ ମହାବିଦ୍ୟାଳୟ ସମସ୍ୟାକୁ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ପ୍ରସିଦ୍ଧ ହାସ୍ୟ ଅଭିନେତା ସ୍ମୃତିରଞ୍ଜନ ପଟ୍ଟନାୟକ ଓ ଚଳଚିତ୍ର ନିର୍ଦେଶକ ଶୁଭମ କୁମାର ପ୍ରଧାନ ଉପସ୍ଥିତ ରହି ମନରଞ୍ଜନଧର୍ମୀ କାର୍ୟ୍ୟକ୍ରମ ଉପସ୍ଥାପନା କରିଥିଲେ । ଗାନ୍ଧୀ ଜୟନ୍ତୀ ଉପଲେକ୍ଷ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ମାନଙ୍କୁ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ସ୍ଥାୟୀ ଜମିପଟା ପ୍ରଦାନ ପାଇଁ ଖୁବଶୀଘ୍ର ବ୍ୟବସ୍ତା କରାଯାଉଛି ବୋଲି ମୁଖ୍ୟ ଅତିଥି ଘୋଷଣା କରିଥିଲେ । ଏହି କାର୍ୟ୍ୟକ୍ରମରେ ଉପଦେଷ୍ଟା ଶୁଭମ୍ ଦାଶ ଅତିଥି ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published.