କଟକ ସଦର , ୦ ୩ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାକୁ ନେଇ ଗଠିତ ମର୍ଯ୍ୟାଦା ଜନକ କଟକ କେନ୍ଦ୍ର ସମବାୟ (ସିସିଵି) ଵ୍ୟାଙ୍କର ନିର୍ଦେଶକ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ସେଥିରୁ ୧୧ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୪ ଟି ଯୋନରେ ପ୍ରତିଦ୍ବନ୍ଦିତା ହେଵାକୁ ଥିବା ବେଳେ ସେମାନଙ୍କୁ ଵୁଝାଇ ସୁଝାଇ ପ୍ରତିଦ୍ବନ୍ଦିତାରୁ ଓହରାଇ ଦିଆଯାଇଛି।ଏହା ଫଳରେ ଏଵେ ୧୫ କୁ ୧୫ ନିର୍ଦେଶକ ବିଜେଡି ସମର୍ଥକ ଵୋଲି ଜଣାପଡିଛି।ଏହି ୧୫ ଜଣ ନିର୍ଦେଶକଙ୍କ ମଧ୍ୟରୁ ଜଣେ ସଭାପତି ନିର୍ବାଚିତ ହେଵାକୁ ଥିବା ଵେଳେ ତାହା ଵି ଵିନା ପ୍ରତିଦ୍ବନ୍ଦିତାରେ ହେଵ ଵୋଲି ସମ୍ଭାବନା ସୃଷ୍ଟି ହୋଇଛି।ଏହି ନିର୍ବାଚନ ପାଇଁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଶାସକ ବିଜେଡିର ଦଳୀୟ ପର୍ଯ୍ୟବେକ୍ଷକ ଭାଵେ ଦାୟିତ୍ଵ ଦିଆଯାଇଥିଲା। ଶ୍ରୀ ଜେନାଙ୍କ ଗୋଟି ଚାଳନାରେ ଦଳୀୟ ପ୍ରାର୍ଥୀମାନେ ବାଜିମାତ କରିଥିବା ବେଳେ ସେହି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଯୋନ୍ ୧ ର ତଥା ସାମସରପୁର କୃଷକ ସେଵା ସମଵାୟ ସମିତିର ସଭାପତି ପ୍ରଭାତ ଚନ୍ଦ୍ର କାନୁନଗୋ ସିସିଵିର ଅପ୍ରତିଦ୍ଵନ୍ଦୀ ସଭାପତି ହେଵା ନେଇ ଚର୍ଚ୍ଚା ଯୋର ଧରିଛି। ସୂଚନାଯୋଗ୍ୟ ଯେ ଏହି ସଭାପତି ଦୈ।ଡରେ ଆଗୁଆ ରହି ମୁଖ୍ୟ ଦାଵିଦାର ଥିବା କଟକ ସଦର ନିର୍ବାଚନମଣ୍ଡଳୀ ଗତିରାଉତପାଟଣା କୃଷକ ସେଵା ସମଵାୟ ସମିତିର ନିର୍ଦେଶକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହଙ୍କୁ ଶେଷ ମୁହୁର୍ତ୍ତରେ ନିରାଶ ହେବାକୁ ପଡ଼ିଛି। ଏହାର କାରଣ ପଛରେ କି ଗୁଢ ରହସ୍ୟ ରହିଛି ତାହା ଦଳୀୟ ମହଲରୁ ସ୍ପଷ୍ଟ ହୋଇପାରି ନାହିଁ ।
Home / ବିଶେଷ / କଟକ ସେଣ୍ଟ୍ରାଲ କୋ- ଅପରେଟିଭ୍ ଵ୍ୟାଙ୍କ ନିର୍ବାଚନ: ବିଜେଡି ସମର୍ଥିତ ସମସ୍ତ ୧୫ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ବିଜୟୀ