Saturday , December 3 2022
Breaking News
Home / ବିଶେଷ / ସାଲେପୁର ପ୍ରାଣୀ ଚିକିତ୍ସାଳୟ ର ୮୭ତମ ପ୍ରତିଷ୍ଠା ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ସାଲେପୁର ପ୍ରାଣୀ ଚିକିତ୍ସାଳୟ ର ୮୭ତମ ପ୍ରତିଷ୍ଠା ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ସାଲେପୁର, ୦୨/୧୦/୨୦୨୨(ଓଡିଶା ସମାଚାର/ଅଭୟ ଜେନା ) – ସାଲେପୁର ପ୍ରାଣୀ ଚିକିତ୍ସାଳୟ ର ୮୭ତମ ପ୍ରତିଷ୍ଠା ଉତ୍ସବ  ହରଗୌରୀ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦାନ କରି  ସାଲେପୁର ପ୍ରାଣୀ ଚିକିତ୍ସାଳୟ ର ଗୁରୁତ୍ୱପୂର୍ଣ୍ଣ  ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଅକ୍ଷୟ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ୟ୍ୟକ୍ରମ ରେ କଟକ ଏସଡିଭିଓ ଅଭିମନ୍ୟୁ ସାହୁ, ଡା. ଦୀପକ ସେନାପତି, ଡା ଚିନ୍ମୟ କୁମାର ଭୂୟାଁ, ଟାଙ୍ଗୀ ବିଭିଓ, ଟାଙ୍ଗୀ ବିଭିଓ ରଶ୍ମି ରଞ୍ଜନ ନାୟକ,ବିଭାଗୀୟ କାର୍ୟ୍ୟକର୍ତା  ଉପେନ୍ଦ୍ର ରଣା, ସାଗର ବାରିକ, ସମସ୍ତ ଏଲଆଇ ତଥା ସହକର୍ମୀ ଗଣ ସହାୟତା କରିଥିଲେ । ଏହି ଅବସରରେ ଉନ୍ନତ ଦୁଗ୍ଧ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ଅବଦାନ ନିମନ୍ତେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.