Saturday , December 3 2022
Breaking News
Home / ବିଶେଷ /    ରାତି ପାହିଲେ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା, ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ  ସୁରକ୍ଷା ବ୍ୟବସ୍ଥା

   ରାତି ପାହିଲେ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା, ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ  ସୁରକ୍ଷା ବ୍ୟବସ୍ଥା

କଳାହାଣ୍ଡି, ୦୨ /୧୦/୨୦୨୨ (ଓଡ଼ିଶା ସମାଚାର/ସଂଜୟ ସିଂହ)- ରାତି ପାହିଲେ କଳାହାଣ୍ଡି ଜିଲାର  ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା । ମା ମାଣିକେଶ୍ଵରୀ ଙ୍କ ଏହି ପ୍ରସିଦ୍ଧ ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଆଖି ଆଗରେ ରଖି କଳାହାଣ୍ଡି ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ  ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ, ଅତିରିକ୍ତ ଏସପି, ୮ ଡିଏସ୍ ପି,  ୧୮ଆଇଆଇସି, ୩୨ଏସଆଇ, ୫୦ ଏଏସ୍ଆଇ ମୁତୟନ ହେବେ । ଚଳିତ ଛାତର  ଯାତ୍ରା ରେ ୨୨ ଟି ସଂସ୍କୃତିକ ଦଳ ଯୋଗ ଦେବେ। ଶାନ୍ତି ଶୃଙ୍ଖଳା ର ସହ ମାଁ ମାଣିକେଶ୍ବରୀ ଙ୍କର ଛତର ଯାତ୍ରା ଦର୍ଶନ କରିବା ପାଇଁ ଜନସାଧାରଣ ଙ୍କୁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ନିବଦନ କାରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.