Saturday , December 3 2022
Breaking News
Home / ବିଶେଷ / ମା’ ଶାରଳାଙ୍କ ନବରାତି୍ର ପୂଜା

ମା’ ଶାରଳାଙ୍କ ନବରାତି୍ର ପୂଜା

ଭୁବନ ୦୨/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନ ର ପ୍ରସିଦ୍ଧ ଶକ୍ତୀପୀଠ ମା’ ହିଙ୍ଗୁଳା ପୀଠ ଠାରେ ମା’ ଶାରଳା ଙ୍କ ତୃତୀୟ ବାର୍ଷିକ ନବରାତି୍ର ପୂଜା ଆରମ୍ଭ ହୋଇଛି । ଗତ ୨୬ ତାରିଖ ଠାରୁ ଦୈନିକ ନୀତିକାନ୍ତି ହୋଇ ପୂଜା ଅନୁଷ୍ଠିତ ହେଉଛି । ମାତା ଶୈଳପୁତ୍ରୀ , ମାତା ବ୍ରହ୍ମଚାରିଣୀ , ମାତା ଚନ୍ଦ୍ରଘଣ୍ଟା , ମାତା କୁଷ୍ମାଣ୍ଡା , ମାତା ସ୍କନ୍ଧମାତା , ମାତା କାତ୍ୟାୟିନୀ ,ମାତା କାଳରାତ୍ରୀ ଙ୍କୁ ପୂଜା କରାଯାଉଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ମା’ଙ୍କୁ ଦର୍ଶନ କରି ଓ ନିଜ ଗୁହାରି ଶୁଣାଇ ଯାଉଥିବାର ଲକ୍ଷ୍ୟ କରାଯାଇଛି । ପୂଜା କାର୍ଯ୍ୟରେ ପରିଚାଳନା କମିଟି ପକ୍ଷରୁ ସଭାପତି ଶଶୀ ଭୂଷଣ ପୃଷ୍ଟି, ଦିଲୀ୍ଲପ କୁମାର ଦାସ, ନିରଞ୍ଜନ ଗୁରୁ, ଖଗେଶ୍ୱର ନାୟକ, ବଲ୍ଲଭ ବିହାରୀ, ଧନେଶ୍ୱର ସାହୁ , ସତ୍ୟାନନ୍ଦ ପୃଷ୍ଟି, ପଣ୍ଡିତ ପୋଥାଳ, ଅମ୍ବୁଜ ସାହ ଙ୍କ ସମେତ ସଦସ୍ୟ ମାନେ ସହଯୋଗ କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.