Saturday , December 3 2022
Breaking News
Home / ବିଶେଷ / ଭୁବନରେ ମା’ ଦୁର୍ଗା ଙ୍କ ମହାସପ୍ତମୀ ପାଳିତ

ଭୁବନରେ ମା’ ଦୁର୍ଗା ଙ୍କ ମହାସପ୍ତମୀ ପାଳିତ

ଭୁବନ,୦୨/୧୦/୨୦୨୨(ଓଡ଼ିଶା ସମାଚାର)- ମହାମାରୀ କରୋନା ସକାଶେ ଦୀର୍ଘ ୨ ବର୍ଷ କଟକଣା ମଧ୍ୟରେ ଦୁର୍ଗାପୂଜା ପାଳିତ ହୋଇଥିଲା ବେଳେ ଚଳିତବର୍ଷ ଭୁବନରେ ବହୁ ଆଡମ୍ବର ରେ ଆରମ୍ଭ ହୋଇଛି ଦଶହରା ପର୍ବ । ଗତକାଲି ବିଭିନ୍ନ ମଣ୍ଡପରେ ମୃଣ୍ମୟ ଦେବୀଙ୍କ ଷଷ୍ଠୀପୂଜା (ଚକ୍ଷୁଦାନ) କରାଯାଇଛି । ଡାକବାଜି ଯନ୍ତ୍ରରେ ମଣ୍ଡପରେ ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଶ୍ରଦ୍ଧାଳୁ ଭକ୍ତ ଓ ପୂଜା କମିଟି କର୍ମକର୍ତା ଙ୍କ ଉପସ୍ଥିତିରେ ମା ଙ୍କ ପୂଜା ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ମେଢ ପାଖରେ ପୋଲିସ ମୁତୟନ ରହିଛନ୍ତି । ଶ୍ରଦ୍ଧାଳୁ ଭକ୍ତଙ୍କୁ ପୂଜା କରିବା,ଭୋଗ ଲଗାଇବାକୁ ଭିଡ ଜମାଉଛନ୍ତି । ସର୍ବପୁରାତନ ପୂଜା ପ୍ରତିଷ୍ଠାନ ବନଦୁର୍ଗା ସମେତ ଗୁଜୁରୀହାଟ ଦେଶଦୁର୍ଗା, କ୍ଲାସିକ କ୍ଲବ, ହାଟୁଆବଣିକ ସଂଘ, ବାଜି ଛକ , ପୋଥାଳ ସାହି ଦୁର୍ଗା , ବିଜ୍ଞାପିତ ଅଂଚଳ ପରିଷଦ , ସେନ ସାହି ହରପାର୍ବତୀ ମେଢ , ନୂତନ ଭାବେ ବିଘ୍ନ ମହାନ୍ତି ଛକ ଓ ନୂଆ ଭୁବନ ମଝିସାହି ରେ ଆଜି ପବିତ୍ର ମହାସପ୍ତମୀ ପୂଜା ପାଳିତ ହୋଇଯାଇଛି । ଆସନ୍ତାକାଲି ମହାଷ୍ଟମୀ ପାଳନ କରାଯିବ ଓ ବିଭିନ୍ନ ପୂଜା ପ୍ରତିଷ୍ଠାନରେ ସାମୁହିକ ପ୍ରସାଦସେବନ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.