Saturday , December 3 2022
Breaking News
Home / ବିଶେଷ / ବ୍ରହ୍ମପୁର ଗୋଳନ୍ଥରା ପୁଲିସକୁ ବଡ଼ ସଫଳତା

ବ୍ରହ୍ମପୁର ଗୋଳନ୍ଥରା ପୁଲିସକୁ ବଡ଼ ସଫଳତା

ବ୍ରହ୍ମପୁର , ୦୨ /୧୦/୨୦୨୨ (ଓଡ଼ିଶା ସମାଚାର)- ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଗରକୁ ଚାଲାଣ ବେଳେ ଜିଏସଟି ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ ଗୋଳନ୍ଥରା ପୁଲିସ କାବୁ କରିଛି। ସେମାନଙ୍କ ନିକଟରୁ ୩ କିଲୋ ସୁନା ଓ ୧୭ କିଲୋ ରୁପା ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ହେବ ବୋଲି ସୂଚନା ରହିଛି। ଏହି ଘଟଣାରେ ଜଣେ ଗାଡ଼ି ଚାଳକଙ୍କ ସହ ୩ ଜଣଙ୍କୁ ପୁଲିସ ଅଟକ ରଖିଛି। ଖବର ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଦର ଅଞ୍ଚଳକୁ ଆସୁଥିଲା ଏକ୍ କାର । ଏଥିରେ ସୁନା ଓ ରୂପା ଅଳଙ୍କାର ଭର୍ତ୍ତି ରହିଥିଲା । ଜିଏସ୍ଟି ଫାଙ୍କି ଗାଡିରେ ଆସୁଥିବାର ସୂଚନା ପାଇଥିଲା ଗୋଳନ୍ଥରା ପୁଲିସ । ପୁଲିସ ରାସ୍ତାରେ ଗାଡି ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ପୁଲିସକୁ ୩ କେଜି ସୁନା ଏବଂ ୧୭ କେଜି ରୂପା ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କାରର ଏକ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ସିକ୍ରେଟ ଚାମ୍ବର ର ରେ ଏସବୁ ରହିଥିଲା ।

Leave a Reply

Your email address will not be published.