Friday , December 9 2022
Breaking News
Home / ରାଜନୀତି / ବିଶ୍ୱଜିତ ବାରିକ ଓ ବିନୋଦ ବେହେରା ଙ୍କୁ ନେଇ ବିଜେଡି ରେ ଉତ୍ସାହ

ବିଶ୍ୱଜିତ ବାରିକ ଓ ବିନୋଦ ବେହେରା ଙ୍କୁ ନେଇ ବିଜେଡି ରେ ଉତ୍ସାହ

ଭୁବନ ୦୨/୧୦/୨୦୨୨(ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ଦୁଇ ଯୋଦ୍ଧା ବିଶ୍ୱଜିତ ବାରିକ ଓ ବିନୋଦ ବେହେରା ଙ୍କୁ ନେଇ ଭୁବନ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି । ଯୁବ ବିଜେଡି ନେତା ବିଶ୍ୱଜିତ ବାରିକ ଙ୍କୁ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ଯୁଗ୍ମ ସଂପାଦକ ଓ ବିନୋଦ ବେହେରା ଙ୍କୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ଦାୟିତ୍ୱ ଅର୍ପଣ କରାଯାଇଛି । ତାଙ୍କ ଦ୍ୱାରା ଯୁବ ବିଜେଡି ଭୁବନରେ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି । ବିଶ୍ୱଜିତ ଓ ବିନୋଦ ଉଭୟ ଦକ୍ଷ ସଂଗଠକ ଭାବେ ପରିଚିତ । ଗତ ପୌର ନିର୍ବାଚନରେ ଉଭୟ ତାଙ୍କର ଯୋଗ୍ୟତା ଓ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ନବୀନ ସରକାରଙ୍କ ଲୋକାଭୀମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକୁ ଘରେ ଘରେ ପହଁଚାଇ ଲୋକଙ୍କୁ ଅବଗତ କରାଇବା ସହିତ ସୁଫଳ ପ୍ରଦାନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିବା ସହ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ,ସାଂସଦ ମହେଶ ସାହୁ ,ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା ଓ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.