ନିଶ୍ଚିନ୍ତକୋଇଲି, ୦୨ /୧୦/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ବ୍ଲକ ର ପାଞ୍ଚ ଟି ବିଦ୍ୟାଳୟ କୁ ଅହିଂସା ରଥ ପରିକ୍ରମା କରିବା ଅବସରରେ ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପହଂଚି ଥିଲା । ଏହି ଅବସରରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀ, ଛାତ୍ର,ଅଭିଭାବକ ତଥା ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ଗଣ ଉପସ୍ଥିତ ରହି ରଥ କୁ ସ୍ୱାଗତ ଜଣାଇ ଥିଲେ । ଏହି ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମ ବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ ସହ ଶଙ୍ଖ ହୁଳହୁଳି ପକାଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବ ପ୍ରସାଦ କର ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବଂଶୀଧର ବେହେରା, ରବୀନ୍ଦ୍ର ନାଥ ପ୍ରଧାନ, ଦେବେନ୍ଦ୍ର ନାଥ ମାଝୀ, ବୈକୁଣ୍ଠ ସାହୁ ଙ୍କ ସମେତ ବି ଡି ଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ , ଏ ବି ଡି ଓ ସୁଶାନ୍ତ କୁମାର ରଣା , ଶିକ୍ଷା ଅଧିକାରୀ ଲକ୍ଷ ହୀରା ଲାବଣ୍ୟବତୀ ବେହେରା,ଏ ବି ଇ ଓ ଲକ୍ଷ୍ମଣ କୁମାର ଲେଙ୍କା ଙ୍କ ସମେତ ରବୀନ୍ଦ୍ର ବେହେରା, ସୁଶାନ୍ତ ନାୟକ,ସୁଶାନ୍ତ ଦାସ, ଶୁଭ ସ୍ମିତା ମହାନ୍ତି, ଶୁଭ ଦର୍ଶିନୀ ମହାନ୍ତି, ରୁପାଲୀ ସେନାପତି, ସୌଦାମିନୀ କଁଅର, ପ୍ରଭାତୀ ବେହେରା, ମିନତୀ ମିଶ୍ର ଓ ସୁମିତ୍ରା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ । ଛାତ୍ରୀ ଅଙ୍କିତା ନାଥ ଓ ଶର୍ମିଷ୍ଠା ନାଥ ନୃତ୍ୟ ପରିବେଷଣ କରିଥିଲେ । ଏହି ଉପଲକ୍ଷେ ସଂକୀର୍ତନ ପରିବେଷଣ ଓ ଆତସ ବାଜି ପ୍ରଦର୍ଶନ କରାଯାଇଥିଲା ।