Saturday , December 3 2022
Breaking News
Home / ବିଶେଷ / ଦଶହରା ପର୍ବ ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ର ଫ୍ଲାଗମାର୍ଚ୍ଚ

ଦଶହରା ପର୍ବ ରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ର ଫ୍ଲାଗମାର୍ଚ୍ଚ

ଭୁବନ ୦୨/୧୦/୨୦୨୨(ଓଡ଼ିଶା ସମାଚାର)- ଶାରଦୀୟ ଦୁର୍ଗାପୂଜା ସାଙ୍ଗକୁ ପାରମ୍ପାରିକ ବଳଦଯାତ୍ରା ପାଇଁ ଭୁବନ ଉତ୍ସବ ମୁଖରିତ ହୋଇପଡିଛି । ଦୁଇ ବର୍ଷ ପରେ ଆଡମ୍ବର ସହକାରେ ପୂଜା ହେଉ ଥିବାରୁ ପୂଜାକୁ ମନଭରି ଉପଭୋଗ କରିବାକୁ ଲୋକମାନେ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି । ଦୁର୍ଗାପୂଜା ଓ ଦଶହରା ବଳଦ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ ଙ୍କ ନେତୃତ୍ୱରେ ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ୧ ପ୍ଲାଟୁନ ପୋଲିସ ଫୋର୍ସ ଙ୍କ ଗହଣରେ ଆଜି ସମଗ୍ର ଭୁବନରେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.