Saturday , December 3 2022
Breaking News
Home / ବିଶେଷ / ଘର ମୂରବୀ ଶଯ୍ୟାସାୟୀ, ସରକାରୀ ସହାୟତା ଅପେକ୍ଷା ରେ ପରିବାର ଲୋକେ

ଘର ମୂରବୀ ଶଯ୍ୟାସାୟୀ, ସରକାରୀ ସହାୟତା ଅପେକ୍ଷା ରେ ପରିବାର ଲୋକେ

କଳାହାଣ୍ଡି,୨/୧୦/୨୨ (ଓଡ଼ିଶା ସମାଚାର /ସଂଜୟ ସିଂହ)- ଭବାନୀ ପାଟଣା ସଦର ବ୍ଲକ ଅନ୍ତର୍ଗତ ସେଆଁପୂର୍ ଗ୍ରାମର ଯୁବରାଜ ଛୁରା  ୨୦୧୯ ମସିହା ରେ ମୋଟର ସାଇକେଲ ଦୁର୍ଘଟଣା ରେ ତାଙ୍କ ମେରୁଦଣ୍ଡ ଭାଙ୍ଗି ଗଲା । ପ୍ରଥମେ ଭାବନିପାଟଣା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲ୍ , ଶେଷରେ କଟକ ବଡ଼ମେଡ଼ିକାଲ ରୁ ନିରାଶ ହୋଇ ବର୍ତ୍ତମାନ ପୁଣି ଭବାନୀ ପାଟଣା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ଅବସ୍ଥାରେ ଶଯ୍ୟାସାୟୀ ।  ପରିବାର କହିଲେ ସ୍ତ୍ରୀ , ଦୁଇ ଝିଅ, ଗୋଟିଏ ପୁଅ । ବଡ଼ଝିଅ ଦଶମ ଶ୍ରେଣୀ, ୨ୟ ଝିଅ ଅଷ୍ଟମ ଶ୍ରେଣୀରେ  ପଢ଼ୁଥିବା ବେଳେ ପୁଅ ପଞ୍ଚମ ଶ୍ରେଣୀ ରେ ପାଠ ପଢ଼ୁଛନ୍ତି । ସ୍ଥାନୀୟ ବିଧାୟକ ପ୍ରଦୀପ ନାୟକ କିଛି ପଇସା ପତ୍ର ସାହାଯ୍ୟ କରିଥିଲେ ଓ ନିଜେ କିଛି ଅର୍ଥ ମିଶାଇ ଚିକିତ୍ସିତ ହୋଇଥିଲେ । ହେଲ କିଛି ସୁଫଳ ମିଳିଲା ନାହିଁ। ବର୍ତ୍ତମାନ ନିରୁପାୟ ହୋଇ ପୁଣି ଚିକିତ୍ସିତ ହେଉଛନ୍ତି। ତାଙ୍କର କୌଣସି ରୋଜଗାରର ପନ୍ଥା ନାହିଁ । କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି। ତାଙ୍କୁ କିଛି ସରକାରୀ ସହାୟତା ମିଳୁ ବୋଲି ସରକାର୍ ଙ୍କ ନିକଟରେ  ସେ  ଗୁହାରି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.