Saturday , December 3 2022
Breaking News
Home / ବିଶେଷ / ଗାନ୍ଧୀ ଜୟନ୍ତୀରେ ମାଗଣା ଲୁଣ ବଣ୍ଟନ

ଗାନ୍ଧୀ ଜୟନ୍ତୀରେ ମାଗଣା ଲୁଣ ବଣ୍ଟନ

ଟାଙ୍ଗି (ଖୋର୍ଦ୍ଧା) ୦୨ /୧୦/୨୦୨୨ (ଓଡିଶା ସମାଚାର /ଦୀପକ ପ୍ରଧାନ) : ଗାନ୍ଧୀ ଜୟନ୍ତୀ ଅବସରରେ ନିରାକାରପୁର ସାମ୍ବାଦିକ ସଂଘ ଓ ଗୋପବନ୍ଧୁ ସମାଜ ସେବା ପକ୍ଷରୁ ମାଗଣା ଲୁଣ ବଣ୍ଟନ କରାଯାଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ଅବସରରେ ଏହି ଦିବସକୁ ସ୍ମରଣ କରିବା ପାଇଁ ନିରାକାରପୁର ସାମ୍ବାଦିକ ସଂଘ ଓ ଗୋପବନ୍ଧୁ ସମାଜ ସେବା ପକ୍ଷରୁ ଏକ ଛୋଟ ପ୍ରୟାସ କରାଯାଇଥିଲା। ସଂଘର ସଭାପତି ଦୀପକ ପ୍ରଧାନଙ୍କ  ନେତୃତ୍ବରେ ସମସ୍ତ ସାମ୍ବାଦିକ ଓ ଗୋପବନ୍ଧୁ ସମାଜ ସେବାର ସଂପାଦକ ପ୍ରସାଦ ଦାସ ସହ କର୍ମକର୍ତ୍ତାଗଣ ସ୍ବଚ୍ଛ ଭାରତର ନାରା ଦେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ରାମେଶ୍ଵର, ଜଂକିଆ, ଛଣଗିରି,ଓଳସିଂହ ଓ ନିରାକାରପୁର ପଂଚାୟତରେ ମାଗଣା ଲୁଣ ବଣ୍ଟନ କରାଯାଇଥିଲା। ଓଡିଶା ସମାଚାର

Leave a Reply

Your email address will not be published.