Saturday , December 3 2022
Breaking News
Home / ବିଶେଷ / ଗାନ୍ଧୀ ଜୟନ୍ତୀରେ ଜନସମ୍ପର୍କ ପଦଯାତ୍ରା କଲା’ ଉତ୍କଳ ଵିକାଶ ପରିଷଦ’

ଗାନ୍ଧୀ ଜୟନ୍ତୀରେ ଜନସମ୍ପର୍କ ପଦଯାତ୍ରା କଲା’ ଉତ୍କଳ ଵିକାଶ ପରିଷଦ’

କଟକ ସଦର,୦୨ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ରାଜନୈତିକ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଦଯାତ୍ରା ଆରମ୍ଭ କରିଥିବା ବେଳେ କଟକ ସଦରର ସର୍ବାଙ୍ଗୀନ ଉନ୍ନତି ପାଇଁ ପୁର୍ଵ ନିଷ୍ପତ୍ତି ଅନୁଯାୟୀ ଅଗ୍ରଣୀ ସାମାଜିକ ସଂଗଠନ ‘ ଉତ୍କଳ ଵିକାଶ ପରିଷଦ’ ଆଜି (ରବିବାର) ଗାନ୍ଧୀ ଜୟନ୍ତୀରେ ତାର ଜନସଂପର୍କ ପଦଯାତ୍ରା ଆରମ୍ଭ କରିଛି। ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କଟକ ସଦର ଅନ୍ତର୍ଗତ ଉରାଳୀ ଜଗନ୍ନାଥ ମନ୍ଦିରରୁ ପଦଯାତ୍ରାରେ ଵାହାରି ଗୋପାଳପୁର ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ଜେନା,ଅଶୋକ ସାହୁ, ରଞ୍ଜନ ବିଷୋୟୀ, ଅଭିମନ୍ୟୁ ସାହୁ, ଜୟନ୍ତୀ ସାହୁ, ଯାମିନି ମୋହନ ସାହୁ, ବିଚିତ୍ରାନନ୍ଦ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.