Friday , December 9 2022
Breaking News
Home / ରାଜନୀତି / କଟକ ସଦର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଓ ପ୍ରସ୍ତୁତି ପର୍ବ

କଟକ ସଦର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଓ ପ୍ରସ୍ତୁତି ପର୍ବ

କଟକ ସଦର,୦୨ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ପୁର୍ଵ ନିର୍ଧାରିତ କାର୍ଯ୍ୟ ସୁଚି ଅନୁଯାୟୀ ଅକ୍ଟୋବର ୨ ରୁ ନଭେମ୍ବର ୨ ଏକ ମାସ ପର୍ଯ୍ୟନ୍ତ ହେଵାକୁ ଥିବା ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଓ ପ୍ରସ୍ତୁତି ପର୍ବ ଆଜି ରବିବାର ୪୨ ମୈ।ଜାର କଳପଡା ଠାରେ କଟକ ସଦର ବିଜେଡି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ରଙ୍କ ପୈ।ରୋହିତ୍ୟରେ ଆୟୋଜିତ ବୈଠକରେ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ପ୍ରତି ପଞ୍ଚାୟତର ଘରେ ଘରେ ବିଜେଡି ସଫଳତାର ବାର୍ତ୍ତା ପଦ ଯାତ୍ରା ସମୟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ୍ ଉପାଧ୍ୟକ୍ଷା ଅମ୍ଵିକା ପାତ୍ର, ପୁର୍ବତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ସମର ବେହେରା,ଆତ୍ମା ସଭାପତି ରଜନୀ କାନ୍ତ ସାହୁ,ସଦର ଯୁଵ ବିଜେଡି ସଭାପତି ହିମାଂଶୁ ଦାସ, ଜିଲ୍ଲା ସଂପାଦକ ରାଜୀଵ ବେଉରା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳୀଙ୍କ ସମେତ ସଵୁ ପଞ୍ଚାୟତର ବିଜେଡି କର୍ମୀ ଓ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.