Saturday , December 3 2022
Breaking News
Home / ବିଶେଷ / ଓଡିଶାରେ ଆୟୋଜିତ ୨୪ଙ୍ଘ୭ ଜଳ ଯୋଗାଣ ପ୍ରଣାଳୀ ସମ୍ପର୍କିତ ପ୍ରଥମ ଆଞ୍ଚଳିକ କର୍ମଶାଳା

ଓଡିଶାରେ ଆୟୋଜିତ ୨୪ଙ୍ଘ୭ ଜଳ ଯୋଗାଣ ପ୍ରଣାଳୀ ସମ୍ପର୍କିତ ପ୍ରଥମ ଆଞ୍ଚଳିକ କର୍ମଶାଳା

ଭୁବନେଶ୍ୱର / ପୁରୀ, ୦୧/୧୦/୨୦୨୨(ଓଡ଼ିଶା ସମାଚାର)- ଭାରତ ସରକାରଙ୍କଗୃହ ନିର୍ମାଣ ଓ ନଗର କାର୍ୟ୍ୟ ମନ୍ତ୍ରଣାଳୟ (MoHUA)ପକ୍ଷରୁଗତ୨୯ ଓ ୩୦ ସେପ୍ଟେମ୍ବରରେ  ରାଜ୍ୟର ପୁରୀସହରରେର ଦୁଇ ଦିନିଆ୨୪ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ପ୍ରଥମ ଆଞ୍ଚଳିକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ୯ଟି ରାଜ୍ୟରୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଙ୍କ ସମେତ କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଓ ପରିବେଶ ଇଞ୍ଜିନିୟରିଂ ସଂଗଠନ (ସିପିଏଚଇଇଓ) ଏବଂ ୨୪ଘଣ୍ଟିଆ ଜଳ ଯୋଗାଣ ପକ୍ରିୟାର ଜାତୀୟ ଟାସ୍କ ଫୋର୍ସ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ସମାବେଶକୁ ସମ୍ବୋଧିତ କରିବା ଅବସରରେ ଡି. ଥରା, ଆଇଏଏସ, ଅତିରିକ୍ତ ସଚିବ ଏବଂ ମିଶନ ନିର୍ଦ୍ଦେଶକ, ଅମୃତ, MoHUA, ଭାରତ ସରକାର ଉଲ୍ଲେଖ କରିଛନ୍ତି ଯେ “ପୁରୀ ସହର ହେଉଛି ୨୪ଘଣ୍ଟିଆ ଜଳ ଯୋଗାଣ ପ୍ରଣାଳୀର ଏକ ଜୀବନ୍ତ ପ୍ରୟୋଗଶାଳା,ସମଗ୍ର ଦେଶରେ ଡ୍ରିଂକ ଫ୍ରମ ଟ୍ୟାପ ମାନର ପାନୀୟଜଳଯୋଗାଣ ବ୍ୟବସ୍ଥା ଆରମ୍ଭ କରିବାରେ ପୁରୀ ହେଉଛି ପ୍ରଥମ ସହର।ଯେଉଁଠାରେ ଡ୍ରିଂକ ଫ୍ରମ ଟ୍ୟାପ ମାନର ଗୁଣାତ୍ମକ ପାନୀୟଜଳ୨.୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହାର ସମସ୍ତ ୩୩,୩୦୦ ପରିବାରକୁ ଯୋଗାଇ ଦିଆଯାଉଛି । ଏହା ସହିତ ବାର୍ଷିକ ୨୦ ନିୟୁତରୁ ଅଧିକ ତୀର୍ଥଯାତ୍ରୀ ମଧ୍ୟ ଏହି ଯୋଜନା’ ମାଧ୍ଧ୍ୟମରେ ଲାଭବାନ ହୋଇପାରୁଛନ୍ତି। ରାଜ୍ୟରେ ଅନ୍ୟ ସହରରେ ଏହି ପ୍ରଣାଳୀକୁ ଅନୁସରଣ କରିବା ପାଇଁ ଆମେ ଏହି ପ୍ରକ୍ରିୟାରୁ ଶିଖିବା ଉଚିତ୍ ”ା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ୧୫ ଅକ୍ଟୋବର ୨୦୨୧ରେ ଅମୃତ୨.୦ ଆରମ୍ଭ କରି ସମସ୍ତ ସହରକୁ ତଥା ଦେଶର ସମସ୍ତ ସହରାଞ୍ଚଳରେ ଜଳ ଯୋଗାଣ ସେବାକୁ ସର୍ବଭାରତୀୟ ସ୍ତରରେ ପ୍ରଦାନ କରିବା ପାଇଁ ଏକ ଲକ୍ଷ୍ୟ ରଖିଛନ୍ତି। ଦେଶର ସମସ୍ତ ୫୦୦ଅମୃତସହରରେଅତି କମରେ ଗୋଟିଏ ୱାର୍ଡ କିମ୍ବା ଗୋଟିଏ ଡିଏମଏରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ମାନର ପାନୀୟଜଳଯୋଗାଣ ବ୍ୟବସ୍ଥାଯୋଗାଇଦେବା ହେଉଛି ଅମୃତ୨.୦ର ଅନ୍ୟତମ ଲକ୍ଷ ।

ଏହି ଅବସରରେ ଜି ମାଥୀ ଭାତନନ୍, ଆଇଏଏସ୍, ପ୍ରମୁଖ ସଚିବ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର ମତ ଦେଇଛନ୍ତି ଯେ “୨୪ଙ୍ଘ ୭ ପାନୀୟ ଜଳ ଯୋଗାଣ ଏକ ରକେଟ୍ ବିଜ୍ଞାନ ନୁହେଁ , ଆମର ସେବା ଯୋଗାଣରେ ଉନ୍ନତି ଆଣିବା ଏବଂ ସହରାଞ୍ଚଳରେ ଲୋକଙ୍କ ଜୀବନ ପଦ୍ଧତିରେ ଉନ୍ନତି ଆଣି ଅର୍ଥନୀତିକୁ ପରିଚାଳନା କରିବା ବର୍ତମାନ ସମୟରର ଆବଶ୍ୟକତା ରହିଛି। ଯେହେତୁ ବିଭାଗ ଏହାର ସମଗ୍ର ସହରାଞ୍ଚଳରେ ଗୁଣାତ୍ମକ ଜଳ ଯୋଗାଣ କରିବାକୁ ପତିଶ୍ରୁତିବଦ୍ଧ ଥିବାରୁ ଏହାର ଫଳ ସ୍ୱରୂପ ଓଡିଶା ‘ଡ୍ରିଙ୍କ ଫ୍ରମ ଟ୍ୟାପ’ମିଶନ ଆରମ୍ଭ କରିବାରେ ସାରା ଦେଶରେ ପ୍ରଥମ ହୋଇପାରିଲା। ଏହାସହ ପ୍ରକଳ୍ପର ସଫଳ ରୂପାୟନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବହୁତ ସହଯୋଗ କରିଥିଲେ ”।

ସହରାଞ୍ଚଳରେ ସମସ୍ତ ଘରେ ଗୁଣାତ୍ମକ ପାନୀୟ ଜଳ ଯୋଗାଇବା ଦେବା ପାଇଁ‘ସୁଜଳ’ ନାମକ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ମିଶନ ପ୍ରଥମେ ୧୩ ଅକ୍ଟୋବର ୨୦୨୦ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆରମ୍ଭ ହୋଇଥିଲା।ଏହି ମିଶନ ହେଉଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ ପଦକ୍ଷେପ। ପରେ, ୨୬ ଜୁଲାଇ ୨୦୨୧ରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୀ ସହରକୁ ୨୪ ଘଣ୍ଟା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଯୋଗାଇଦେଉଥିବା ପ୍ରଥମ ଭାରତୀୟ ସହର ଭାବରେ ଘୋଷଣାକରିଥିଲେ।

ଏହି ଦୁଇ ଦିନିଆ କର୍ମଶାଳାର ଲକ୍ଷ୍ୟ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ର ପ୍ରଦେଶ, ଆସାମ, କର୍ଣ୍ଣାଟକ, କେରଳ, ଓଡିଶା, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା ଏବଂ ଅଂଶଗ୍ରହଣକାରୀ ରାଜ୍ୟରୁ ଜାତୀୟ ଟାସ୍କ ଫୋର୍ସ ସଦସ୍ୟ ତଥା ରାଜ୍ୟ ଟାସ୍କ ଫୋର୍ସର ସଦସ୍ୟଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ଯୋଗାଯୋଗ ରହିଥିଲା। ଏହାସହ ଜ୍ଞାନର ବିସ୍ତାର ଏବଂ ମଧ୍ୟବର୍ତ୍ତୀ ଜଳ ଯୋଗାଣକୁ୨୪ଙ୍ଘ ୭ ଜଳ ଯୋଗାଣ ପ୍ରଣାଳୀରେ ପରିଣତ କରିବା ପାଇଁ ରାଜ୍ୟ ଏବଂ ସହରଗୁଡିକୁ ହ୍ୟାଣ୍ଡହୋଲ୍ଡିଂ ସହାୟତା ପ୍ରଦାନ କରିବା ଏହି କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଏହାବ୍ୟତୀତ ଅଂଶଗ୍ରହଣକାରୀଙ୍କୁ୨୪ଙ୍ଘ ୭ ଜଳ ଯୋଗାଣ ପ୍ରଣାଳୀର କାର୍ୟ୍ୟ ଏବଂ ରକ୍ଷଣାବେକ୍ଷଣ ପ୍ରକ୍ରିୟା, ସ୍ମାର୍ଟ ଜଳ ପରିଚାଳନା ଏବଂ ସ୍ଥାୟୀ ସହରାଞ୍ଚଳ ଜଳ ଯୋଗାଣ ପରିଚାଳନା ପାଇଁ ‘ଜଳସାଥୀ’ଙ୍କଗୋଷ୍ଠୀ ସହଭାଗୀତାର ଗୁରୁତ୍ୱକୁ ବୁଝାଇବା ପାଇଁ ପୁରୀର କ୍ଷେତ୍ର ପରିଦର୍ଶନ କରାଯାଇଥିଲା ।

ଏହି କାର୍ମଶାଳାରେ ଡ।ଏମ ଦିନଧୟାଲନ,ଅଧ୍ୟକ୍ଷ,ଜାତୀୟ ଟାସ୍କ ଫୋର୍ସସିପିଏଚଇଇଓ, MoHUA;ବିନୟ ପ୍ରତାପ ସିଂ, ନିର୍ଦ୍ଦେଶକ, ଅମୃତ, MoHUA, ଭାରତ ସରକାର; ଇଂ. ପି କେ ସ୍ଵାଇଁ, ସିଇଓ, ୱାଟକୋ, ଓଡିଶା; ଏର୍ନଷ୍ଟ ଡୋରିଙ୍ଗ, କ୍ଲଷ୍ଟର ସଂଯୋଜକ, ଜିଆଇଜେଡ ଇଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀରେ ବୈଷୟିକମୁଖ୍ୟ, ମୁଖ୍ୟ ଇଞ୍ଜିନିୟର, ସିଟି ଇଞ୍ଜିନିୟର ଏବଂ ବରିଷ୍ଠ ଇଞ୍ଜିନିୟରଙ୍କୁ ନେଇ ଗଠିତ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ (ଏସଟିଏଫ)ର ଅଧ୍ୟକ୍ଷ ତଥା ସଦସ୍ୟଙ୍କ ସମେତ ପ୍ରାୟ ୧୦୦ ଅଂଶ ଗ୍ରହଣକାରୀ ଯୋଗ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.