Wednesday , May 31 2023
Home / ବିଶେଷ / ମହାନଦୀରେ ଭାସିଯାଇଥିବା ବାଳକର ମୃତ ଦେହ  ଉଦ୍ଧାର   

ମହାନଦୀରେ ଭାସିଯାଇଥିବା ବାଳକର ମୃତ ଦେହ  ଉଦ୍ଧାର   

ରଘୁନାଥପୁର, ୦୧/୧୦/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ କୁଳସାହି ଗ୍ରାମର ରତ୍ନାକର ମହାନ୍ତିଙ୍କ ପୁଅ ଆଦିତ୍ୟ ମହାନ୍ତି (୧୬) ଗତକାଲି (ଶୁକ୍ରବାର) ଦିନ୧୧ଟା ସମୟରେ ମହାନଦୀରେ ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ମହାନଦୀର ଗଭୀର ଜଳରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକମାନେ ଏହି ଖବରପାଇ ବହୁ ଖୋଜାଖୋଜି କରିବା ପରେ ଆଦିତ୍ୟକୁ ନପାଇବାରୁ ରଘୁନାଥପୁର ଅଗ୍ନିଶମ ବାହିନୀକୁ ଟେଲିଫୋନ ଯୋଗେ ଜଣାଇଥିଲେ । ରଘୁନାଥପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ମହାନଦୀର ପାଣିରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଦିତ୍ୟର ସନ୍ଧାନ ପାଇନଥିଲେ । ଆଦିତ୍ୟର ମୃତଦେହ ମହାନଦୀର କୁଳସାହି ଠାରୁ ୩ଶହ ମିଟର ଦୂରରେ ଆଜି ସକାଳୁ ପାଣିରେ ଭାସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଖବରପାଇ ରଘୁନାଥପୁର ପୋଲିସ ଶବଟିକୁ ପାଣିରୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଜଗତସିଂହପୁର ପଠାଇବା ସହିତ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.