Friday , December 9 2022
Breaking News
Home / କୃଷି / ବିଶ୍ୱଖାଦ୍ୟ ପୁରସ୍କାର ବିଜୟିନୀଙ୍କ ସିଫାଗସ୍ତ

ବିଶ୍ୱଖାଦ୍ୟ ପୁରସ୍କାର ବିଜୟିନୀଙ୍କ ସିଫାଗସ୍ତ

ଭୁବନେଶ୍ୱର,୦୧/୧୦/୨୦୨୨(ଓଡ଼ିଶା ସମାଚାର)- ବିଶ୍ୱଖାଦ୍ୟ ପୁରସ୍କାର ବିଜୟିନୀ ତଥା ପ୍ରଥମ ଏସିଆନ୍ ହେରିଟେଜ୍ ଏବଂ ପୋଷଣ ପାଇଁ ନେତୃତ୍ୱ ନେଇଥିବା ବିଶ୍ୱନେତ୍ରୀ ଡଃ ଶକୁନ୍ତଳା ହରକ୍ ସିଂ ଥିଲ୍ ଷ୍ଟେଡ୍ ଗତ କାଲିସିଫା ପରିଦର୍ଶନରେ ଆସି ‘ଆକ୍ୱାଟିକ୍ ଫୁଡ୍ ସିଷ୍ଟମ୍ ଫର୍ ନରିସିଂ ପିପୁଲ୍ ଏଣ୍ଡ ପ୍ଲାନେଟ୍’ ଶୀର୍ଷକ ଏକ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ ।ଡଃ ଥିଲ୍ ଷ୍ଟେଡ୍ ଛୋଟ ଦେଶୀମାଛ ପ୍ରଜାତି ଉପରେ ନିଜର ଅଭିନବ ଅଗ୍ରଗାମୀ ଗବେଷଣା ପଦ୍ଧତି ଓ ଅନୁଭୂତିକୁ ସିଫାର ବୈଜ୍ଞାନିକ, ବୈଷୟିକ ଅଧିକାରୀ, ଛାତ୍ରଛାତ୍ରୀ, ଗବେଷକ ଏବଂ କର୍ମଚାରୀମାନଙ୍କ ପାଖରେ ଉପସ୍ଥାପନ କରିଥିଲେ ।ଖାଦ୍ୟ ଉଲପଳଦନରେ ପୁଷ୍ଟିକର ସମ୍ବେଦନଶୀଳତା ଆଭିମୁଖ୍ୟ ଉପରେ ତାଙ୍କର ଅଭିନବ ତଥା ପଥ ପଦର୍ଶକ ଅନୁସନ୍ଧାନ ଲକ୍ଷଲକ୍ଷ ଲୋକଙ୍କର ଖାଦ୍ୟ, ପୋଷଣ ଏବଂ ଜୀବିକାକୁ ଉନ୍ନତ କରିଛି ।ଏସିଆ, ଆଫି୍ରକା ଓ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଗରିବ, ମଧ୍ୟବିତ ଶ୍ରେଣୀର ମହିଳା, ପୁରୁଷ ଓ ଶିଶୁମାନଙ୍କର ପୁଷ୍ଟିହୀତାକୁ ଦୂରକରିବା ପାଇଁ ତାଙ୍କର ଗବେଷଣା ଫଳପ୍ରଦ ହୋଇଛି ।କୌଣସି ଦେଶର ସାମାଜିକ ଅର୍ଥନୈତିକ ଅବସ୍ଥାକୁ ସୁଧାରିବା ଓ ପୁଷ୍ଟିହୀନତାକୁ ଦୂରକରିବା ପାଇଁ ଜଳକୃଷିର ଉତ୍ପାଦନ କ୍ଷମତା ବୃଦ୍ଧିର ଆବଶ୍ୟକତା ରହିଛିବୋଲି ସେ କହିଥିଲେ । ଏତଦ୍ ସହିତ ପ୍ରତ୍ୟେକବ୍ୟକ୍ତି ମାଛକୁ ଖାଦ୍ୟଭାବରେ ଗ୍ରହଣ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ । ଆୟୋଜିତ ସଭାରେ ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ବିଭିନ୍ନ ପ୍ରକାର ମାଛର ପ୍ରଜନନ, ପ୍ରଜାତି ବିବିଧୀକରଣ, ମାଛର ବିଭିନ୍ନ ଜୀବନ ପର୍ଯ୍ୟାୟ ପାଇଁ ଉଦଭାବିତ ନୂତନ ଖାଦ୍ୟ, ବିଭିନ୍ନ ରୋଗ ନିରୂପଣ କିଟ୍, ଆନୁବଂଶୀକ ଭାବରେ ଉନ୍ନତ ଜୟନ୍ତୀ ରୋହି, ଭାକୁର, ଚିଙ୍ଗୁଡ଼ି (ଜିଆଇ-ସ୍କାମ୍ପି), ସିଫାବ୍ରୁଡ୍ ଇତ୍ୟାଦି ସିଫା ଦ୍ୱାରା ବିକଶିତ ହୋଇଥିବା ବିଭିନ୍ନ ଆଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ସଂପର୍କରେ ଆଲୋକପାତ କରିଥିଲେ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷ ପାଇଁ ସିଫା ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ଦେଶରେ ୯ମ ସ୍ଥାନ ଅଧିକାର କରିବାର ଗୌରବ ଲାଭ କରିଛି ବୋଲି ଡଃ ସ୍ୱାଇଁ ପ୍ରକାଶ କରିଥିଲେ ।ଏହି ଅବସରରେ ବିଶ୍ୱଖାଦ୍ୟ ପୁରସ୍କାର ବିଜୟିନୀ ଡଃ ଶକୁନ୍ତଳା ଓ ୱାର୍ଲଡ ଫିସ୍ ପ୍ରକଳ୍ପରେ ଭାରତର ନେତୃତ୍ୱ ନେଉଥିବା ଡଃ ଅରୁଣ ପଢ଼ିଆର ଙ୍କୁ ସିଫାର ନିର୍ଦ୍ଧେଶକ ଡଃ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ ।ସିଫା ବିଜ୍ଞାନ କ୍ଲବ୍ ଦ୍ୱାରା ଆୟୋଜିତ ଦ୍ୱିତୀୟ ବକ୍ତୃତାମଳା କାର୍ଯ୍ୟକ୍ରମରେ ଡଃ ଶକୁନ୍ତଳା ଯୋଗଦାନ କରି ନିଜର ଅନୁସନ୍ଧିସôୁ ଅଭିଜ୍ଞତାକୁ ବର୍ଣ୍ଣନା କରିଥିବାରୁ ସଭ୍ୟମାନଙ୍କ ତରଫରୁ ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ କୃତଜ୍ଞତା ଜ୍ଞାପନ କରିଥିଲାବେଳେ ବୈଜ୍ଞାନିକ ଡଃ ଅନିର୍ବାଣ ପାଲ୍ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.