ରଘୁନାଥପୁର, ୦୧/୧୦/୨୦୨୨(ଓଡ଼ିଶା ସମାଚାର)- ତାଳଦଣ୍ଡା ମୁଖ୍ୟ କେନାଲର ତାରପୁର ଠାରେ ଭାସି ଆସୁଥିବା ଅପରିଚିତ ଯୁବକର ଶବକୁ ଆଜି ରଘୁନାଥପୁର ପୋଲିସ ଜବତକରି ବ୍ୟବଚ୍ଛେଦ ନିମନ୍ତେ ଜଗତସିଂହପୁର ପଠାଇଛନ୍ତି । ଏସମ୍ପର୍କରେ ରଘୁନାଥପୁର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଯୁବକର ପରିଚୟ ମିଳିପାରିନାହିଁ । ଓଡ଼ିଶା ସମାଚାର