Wednesday , May 31 2023
Home / ବିଶେଷ / ଜୁନାଗଡ଼ ଠାରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ

ଜୁନାଗଡ଼ ଠାରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ

ଜୁନାଗଡ଼, ୦୧ /୧୦/୨୦୨୨ (ଓଡ଼ିଶା ସମାଚାର/ ରାକେଶ ବେମାଲ )-ଜୁନାଗଡ଼ ସହର ଓ ଆଖପାଖ ଅଞ୍ଚଳର ପ୍ରେତକ ଶକ୍ତି ପୀଠରେ ଦଶହରା ପୂଜା ଚାଲିଥିବା ବେଳେ ସବୁ ପୂଜା ମଣ୍ଡପରେ ବେଶ ଜାକଜମକରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ଏହିସବୁ ପୀଠ ଓ ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି। ସହରର ପୁରାତନ ଶକ୍ତି ପୀଠ ମା ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବରୁ ଏଠାରେ ମାଙ୍କ ଦଶହରା ଯାତ୍ରା ସହ ସ୍ବତନ୍ତ ପୂଜା ଅଷ୍ଟମୀ ରେ ସମ୍ପନ୍ନ ହେବ । ସେହିପରି ଅନ୍ୟତମ ଶକ୍ତି ପୀଠ କନକ ଦୁର୍ଗା ଓ ଗାୟତ୍ରୀ ଶକ୍ତି ପୀଠରେ ମହା ନବମୀ ପୂଜା ସ୍ୱତନ୍ତ୍ର ରୀତି କାନ୍ତି ସହ ଚାଲିଛି ।ଏହିସବୁ ପୀଠମାନଙ୍କରେ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଅନ୍ୟ ପକ୍ଷରେ ସହରର ସାହୁ ପଡା ଦୁର୍ଗାପୂଜା କମିଟି ସ୍ଵର୍ଣଜୟନ୍ତି ପାଳନ କରୁଛି ।ଏଥିନେଇ ମଣ୍ଡପରେ ମା ଦଶଭୁଜାଙ୍କ ସହ ବିଭିନ୍ନ ପାଶ୍ୱର୍ ଦେବାଦେବୀଙ୍କ ମୂର୍ତ୍ତି ବେଶ ସୁନ୍ଦରଭାବେ ପ୍ରତିଷ୍ଠା କରାଯାଇଛି। ଏହିପୁଜାମଣ୍ଡପ ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରାଯାଇଛି। ମାରବାଡ଼ି ପଡା, ହିଂଜିଲିବାହିଲି ଓ ଲଙ୍କେଶ୍ୱରୀ କ୍ଳବ ପୂଜା ମଣ୍ଡପରେ ମଧ ବେଶ ଜାକଜମକରେ ମାଙ୍କ ପୂଜା ଚାଲିଛି।ଲଙ୍କେଶ୍ୱରୀ କ୍ଳବ ପୂଜା ମଣ୍ଡପ ଚଳିତ ବର୍ଷ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଆଲୋକ ସଜ୍ଜା ମଧ୍ୟ ବେଶ ସୁନ୍ଦର ହୋଇଛି। କିନ୍ତୁ ଚଳିତ ବର୍ଷ ମା ଙ୍କ ପୂଜା ସନ୍ଧ୍ୟା ଆଳତୀ ବହୁତ ଆଡମ୍ବର ରେ କରାଯିବା ସହ ବିଭିନ୍ନ ମନୋରଞ୍ଜନ କାର୍ୟ୍ୟକ୍ରମ କରାଯିବ ବୋଲି କର୍ତ୍ତା ଦୁର୍ଗା ପ୍ରସାଦ ନାଏକ ପୂଜା କମିଟି ର ନୂତନ ସଭାପତି ଶ୍ରୀ ରଞ୍ଜନ କୁମାର ଜାଲ ସମ୍ପାଦକ ବାପି ରାଉତ ଏବଂ କାର୍ୟ୍ୟକର୍ତା ମାନେ ସୂଚନା ଦେଇଛନ୍ତି । ଏହିସବୁ ପୂଜାମଣ୍ଡପ ଯୋଗୁ ସହର ରଙ୍ଗୀନ ଆଲୋକ ମାଳାରେ ଝଲସୁଛି। ପ୍ରତେକ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ପାଇଁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାଯାଇଛି।

Leave a Reply

Your email address will not be published.