Wednesday , May 31 2023
Home / ବିଶେଷ / ଜୁନାଗଡ଼ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଜୁନାଗଡ଼ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଜୁନାଗଡ଼, ୦୧ /୧୦/୨୦୨୨ (ଓଡ଼ିଶା ସମାଚାର/ ରାକେଶ ବେମାଲ )- କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଠାରେ ଆଜି ବରିଷ୍ଠ ନାଗରିକ ସଂଗଠନ ଦ୍ୱାରା ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ଭଗବାନ ପଣ୍ଡା (ଗୋଷ୍ଠୀ ସ୍ଵ।ସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ) ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀ ସନ୍ତୋଷ କୁମାର ସିଂହ ଦେଓ (ସାଧାରଣ ସମ୍ପାଦକ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ) ଯୋଗଦାନ କରିଥିଲେ । ସଭାରେ ସଂଗଠନ ର ସଭାପତି ଶ୍ରୀ ଈଶ୍ୱର ପୁଝାରୀ ସଭାପତିତ୍ୱ କରିଥିଲେ । ସଂଗଠନ ର ସମ୍ପାଦକ ଶ୍ରୀ ଭୁବନେଶ୍ୱର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ନାଗରିକ ଙ୍କ ସମାଜ ପ୍ରତି କେଉଁ କେଉଁ କର୍ତବ୍ୟ ଅଛି ସେ ଉପରେ ସମ୍ମାନିତ ଅତିଥି ଶ୍ରୀ ସିଂହ ଦେଓ ମତାମତ ଦେଇଥିବା ବେଳେ ମୁଖ୍ୟ ଅତିଥି ଡ଼କ୍ଟର ପଣ୍ଡା ବରିଷ୍ଠ ନାଗରିକ ଙ୍କ ସ୍ୱାସ୍ଥ୍ୟ ର ଯତ୍ନ କିଭଳି ନେବେ ସେ ଉପରେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ବରିଷ୍ଠ ନାଗରିକ ସଂଗଠନ ର ଉପଦେଷ୍ଟା ଶ୍ରୀ ବେଦ ପ୍ରକାଶ ଗୋୟଲ,ରାଧେଶ୍ୟାମ ପଣ୍ଡା, ଯୁଗ୍ମ ସମ୍ପାଦକ ଯୁଗଳ କିଶୋର ନାୟକ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ମେହେର, ସଂଗଠନ ସମ୍ପାଦକ ବିମ୍ବାଧର ପ୍ରଧାନୀ, ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ବରାଡ଼ ଓ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published.