Wednesday , May 31 2023
Breaking News
Home / ବିଶେଷ / ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳନ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳନ

କେନ୍ଦ୍ରାପଡ଼ା,୦୧/୧୦/୨୦୨୨(ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ସ୍ଥାନୀୟ ଟାଉନହଲରେ ଶନିବାର ବରିଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମିତ ଏକ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନୃପେନ କୁମାର ଶତପଥୀଙ୍କ ନେତୃତ୍ୱରେ ଭେଷଜ ବିଭାଗର ଡା. ସଞ୍ଜିବ କୁମାର ସେଠୀ, ଅସ୍ଥିଶଲ୍ୟ ବିଭାଗର ଡା. ବୀରେନ୍ଦ୍ର କୁମାର ଦାସ, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡା. ଚିନ୍ମୟୀ ବେହେରା, ଶ୍ରବଣ ବିଭାଗର ଡା. ବିଜୟ କୁମାର ଦାସ, ଚକ୍ଷୁ ବିଭାଗର ଡା. ମଞ୍ଜୁଶ୍ରୀ ପାଣିଗ୍ରାହୀ ପ୍ରମୁଖ ବିଶେଷଜ୍ଞମାନେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ବିତରଣ କରିଥିଲେ । ଅତିିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ, ବରିଷ୍ଠ ନାଗରିକ ସଂଘର କର୍ମକର୍ତା ଅଧ୍ୟାପକ ଅଜୟ ସାମଲ, କରୁଣାକର ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦେଶ୍ୟ ଓ ବରିଷ୍ଠ ନାଗରିକଙ୍କ ପାଇଁ ଥିବା କର୍ତବ୍ୟ ଏବଂ ଆଜିର ମେଗା ସ୍ୱାସ୍ଥ୍ୟ ଶିବିର ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କୁ ଅବଗତ କରାଇଥିଲେ । ଏହି ଶିବିରରେ ୩୧୮ଜଣ ବରିଷ୍ଠ ନାଗରିକ ଯୋଗଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଥିବା ବେଳେ ସେମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏହା ବ୍ୟତୀତ ଯେଉଁମାନେ ବାହାରୁ ଔଷଧ କିଣିବେ ସେମାନଙ୍କ ଏକାଉଂଟ ମାଧ୍ୟମରେ ସେହି ଅର୍ଥ ପ୍ରଦାନ କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ଜିଲ୍ଲାରେ ଆଉ ୨ଟି ବରିଷ୍ଠ ନାଗରିକ ନିବାସ ରହିଛି । ସେଗୁଡିକ ହେଉଛି ମହାକାଳପଡା ବ୍ଲକର ଖରନାସୀ ଓ ରାଜନଗର ବ୍ଲକର ରିଘାଗଡଠାରେ । ସେଠାକୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରେରଣ କରାଯାଇ ଅନ୍ତେବାସୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୯ଟି ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଓ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.