Friday , December 9 2022
Breaking News
Home / ଶିକ୍ଷା / ଗଣପତି ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା

ଗଣପତି ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା

କଟକ ସଦର, ୦୧ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)-କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଵମ୍ଵୁରି ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗଣପତି ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ଶୁଭାସିନୀ ରାଉତ, ସମିତି ସଭ୍ୟ ସାରଦା ପ୍ରଶନ୍ନ ସ୍ୱାଇଁ,ଅଭୟ କୁମାର ମହାପାତ୍ର, ବିଦ୍ୟାମନ୍ଦିର ଅଧ୍ୟକ୍ଷ ଉମାକାନ୍ତ ଭୁୟାଁ,ପ୍ରଧାନ ଆଚାର୍ଯ୍ୟା ଜୟନ୍ତୀ ପତି ପ୍ରମୁଖ ଯୋଗ ଦେଇ ମେଳାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଜ୍ଞାନରେ ଭଲ ପ୍ରଦର୍ଶନ କରି ପାରଦର୍ଶିତା ଲାଭ କରିଥିବା କୃତି ପ୍ରତିଯୋଗୀଙ୍କୁ ଆଗାମୀ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଭୁୟାଁ କହିଛନ୍ତି ।

Leave a Reply

Your email address will not be published.