Friday , December 9 2022
Breaking News
Home / ରାଜନୀତି / କଟକ ଜିଲ୍ଲା ଯୁଵ ବିଜେଡି ସଂପାଦକ ତାଲିକା ପ୍ରକାଶ

କଟକ ଜିଲ୍ଲା ଯୁଵ ବିଜେଡି ସଂପାଦକ ତାଲିକା ପ୍ରକାଶ

କଟକ ସଦର , ୦୧ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ଜିଲ୍ଲାର ୧୪ ଟି ବ୍ଲକ ଅଞ୍ଚଳରୁ ନିର୍ବାଚନ ମଣ୍ଡଳୀର ବିଧାୟକ ମାନଙ୍କ ସୁପାରିଶରେ ୪୨ ଜଣଙ୍କୁ ଜିଲ୍ଲା ଯୁଵ ବିଜେଡି ସଂପାଦକ ଭାବେ ରାଜ୍ୟ ଯୁଵ ବିଜେଡି ସଭାପତି ଚାନ୍ଦବାଲି ବିଧାୟକ ଵୈ।ମକେଶ ରାୟ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି। ଏଥିରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ସୁପାରିସ ଅନୁସାରେ କନ୍ଦରପୁର ପଞ୍ଚାୟତର ଯୁଵ ନେତା ସଂଜୀଵ କୁମାର ଵେଉରା (ଗୁଣ୍ଡୁରି) ଙ୍କୁ ଏହି ନିଯୁକ୍ତି ମିଳିଥିବା ଜିଲ୍ଲା ସଭାପତି ସ୍ମୃତି ରଂଜନ ନାୟକ ଙ୍କ ପ୍ରେସ୍ ଇସ୍ତାହାରରୁ ଜଣାଯାଇଛି। ଏଥିପାଇଁ ଶ୍ରୀ ବେଉରା ବିଧାୟକଙ୍କ ସମେତ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ,କଟକ ଜିଲ୍ଲା ସାଧାରଣ ସମ୍ପାଦକ ସମର ବେହେରା,ଵ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର,ସଦର ବ୍ଲକ ଆତ୍ମା ସଭାପତି ରଜନୀକାନ୍ତ ସାହୁ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published.