ଭୁବନେଶ୍ୱର, ୩୦ /୦୯/୨୦୨୨ (ଓଡ଼ିଶା ସମାଚାର)- ୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି ମଂଜୁରୀ । ଏଣିକି ଆଉ ୨୨୫୦ ମାର୍କର ପରୀକ୍ଷା ନୁହେଁ ୨୦୦୦ ମାର୍କର ପରୀକ୍ଷା ହେବ । UPSC ଭଳି OCS ରେ ରହିବ ଗୋଟିଏ ଅପସନାଲ । ପରୀକ୍ଷାର୍ଥୀ ଓଡ଼ିଆରେ ଦେଇପାରିବେ ପରୀକ୍ଷା । ପ୍ରବନ୍ଧ ମଧ୍ୟ ଓଡ଼ିଆରେ ଲେଖିବେ ଇଛୁକ ପରୀକ୍ଷାର୍ଥୀ ।
ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ର ଏକ ଗରୁତ୍ୱପୂର୍ଣ୍ଣ ୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ୍ ବୈଠକରେ ୮ ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସରକାର ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ । କ୍ୟାବିନେଟ ଦେଇଛି ଏହି ଅନୁମତି । ଅଣ ସଂରକ୍ଷିତ-୬ଥର, ଏସଇବିସି- ୯ଥର, ଏସସି/ଏସଟି-ଅନଲିମିଟେଡ ପରୀକ୍ଷା ଦେଇପାରିବେ – ଲିକ୍ଷିତ ଓ ଇଣ୍ଟରଭ୍ୟୁ ମଧ୍ୟ ଓଡ଼ିଆ ଭାଷାରେ ହେବ । ରାଜ୍ୟ କ୍ୟାବିନେଟ ନେଇଛି ଏହି ବଡ଼ ନିଷ୍ପତ୍ତି ।
ପୂର୍ବରୁ ଇଂରାଜୀ ଭାଷାରେ ପ୍ରବନ୍ଧ ଲେ,ଖିବା ବାଧ୍ୟତାମୂଳକ ରହିଥିଲା । ରାଜ୍ୟ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀ ଓଡିଆରେ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷ ଖରିପ ଏବଂ ରବି ଋତୁ ପାଇଁ ଧାନ ସଂଗ୍ରହ ନୀତି ଘୋଷଣା କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ ୨୦୪୦ ଏବଂ ସର୍ବାଧିକ ୨୦୮୦ ଟଙ୍କା ରଖାଯାଇଛି ।
ସେହିପରି ରାଜ୍ୟରେ ଖଣି ନିର୍ଦ୍ଦେଶାଳୟ ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ହେବ ମିଶ୍ରଣ । ଏହାକୁ ମିଶ୍ରଣ କରି ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ସୃଷ୍ଟି କରାଯିବ । ଏଥିରେ ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ପଦବୀ ସହ ଦୁଇଗୋଟି ନୂତନ ଅତିରିକ୍ତ ପଦବୀ ସୃଷ୍ଟି କରାଯିବ । ମାନବ ସମ୍ବଳକୁ ସୁଦୃଢ କରି ଖଣିଜ ପ୍ରଶାସନ ଓ ଅନ୍ବେଷଣକୁ ଅଧିକ କ୍ରିୟାଶୀଳ କରାଯିବ । ଏହା ରାଜସ୍ବ ବୃଦ୍ଧିରେ ସହାୟକ ହେବ ।
କ୍ୟାବିନେଟ ବୈଠକର ୮ଟି ନିଷ୍ପତ୍ତି ମଧ୍ୟରୁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଲା ଏଣିକି ଗ୍ରାଜୁଏଟ ଲେଭଲ ପରୀକ୍ଷା ଗୁଡ଼ିକୁ ଏକତ୍ର ଗୋଟିଏ ପରୀକ୍ଷା କରାଯିବ। ପୂର୍ବରୁ ଅଲଗା ଅଲଗା ପରୀକ୍ଷା ହେଉଥିବା ବେଳେ ଏଥିରେ ପରୀକ୍ଷାର୍ଥୀଙ୍କର ସମୟ ଅପଚୟ ହେଉଥିଲା ଏବଂ ଅଲଗା ଅଲଗା ଆବେଦନ କରିବାକୁ ପଡୁଥିଲା। କ୍ୟାବିନେଟ ବୈଠକରେ ଏହାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ସଚିବ ସ୍ତରରେ ଆଉ ୧୨୦ ପଦବୀ ସୃଷ୍ଟି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୩୫୯ରୁ ଏହାକୁ ୪୭୯ କୁ ବୃଦ୍ଧି କରାଯାଇଛି। ସେହିପରି ଧାନ ସଂଗ୍ରହ ନେଇ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଅନୁଯାୟୀ ୨୦୨୨-୨୩ ଧାନ ସଂଗ୍ର ନୀତିକୁ ମଞ୍ଜୁରୀ ଦିଆଯାଇଛି। ଏହା ଅନୁଯାୟୀ ଏହି ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟରେ ୭୧ ଲକ୍ଷ ମେଟ୍ରିକ ଟନ ଦାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ବାରା ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇପାରିବ ବୋଲି ଲକ୍ଷ୍ୟ ଧାର୍ୟ୍ୟ ହୋଇଛି।