Friday , December 9 2022
Breaking News
Home / କ୍ରୀଡ଼ା / ୩୬ତମ ଜାତୀୟ କ୍ରୀଡା(ଯୋଗାସନ) ପ୍ରତିଯୋଗୀତା ପାଇଁ ଜିଲ୍ଲାରୁ ୩ଜଣ ମନୋନିତ

୩୬ତମ ଜାତୀୟ କ୍ରୀଡା(ଯୋଗାସନ) ପ୍ରତିଯୋଗୀତା ପାଇଁ ଜିଲ୍ଲାରୁ ୩ଜଣ ମନୋନିତ

କେନ୍ଦ୍ରାପଡା, ୩୦/୦୯/୨୦୨୨(ଓଡ଼ିଶା ସମାଚାର)- ୩୬ତମ ଜାତୀୟ କ୍ରୀଡା(ଯୋଗାସନ) ପ୍ରତିଯୋଗୀତା ଆସନ୍ତା ଅକ୍ଟୋବରମାସ ୬ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ଅହମଦାବାଦ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଜାତୀୟ ପ୍ରତିଯୋଗୀତା ପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ ପ୍ରତିଯୋଗୀ ମନୋନିତ ହୋଇଛନ୍ତି । ସେମାନେ ହେଲେ ମୁନା ମଲ୍ଲିକ, ପଦ୍ମଲୋଚନ ଦାସ ଓ ହିମାଂଶୁ ବେହେରା । ସମସ୍ତ ପ୍ରତିଯୋଗୀ ଆସନ୍ତା ଅକ୍ଟୋବରମାସ ୪ତାରିଖରେ ଅହମଦାବାଦ ଯାତ୍ରା କରିବେ । ଏହି ପ୍ରତିଯୋଗୀମାନେ ଏବେ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଛନ୍ତି । ସେମାନଙ୍କର ଏହି କୃତିତ୍ୱ ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ଓ ଜିଲ୍ଲା କ୍ରୀଡା ଅଧିକାରୀ ତଥା ଆନ୍ତର୍ଜାତୀୟ ଯୋଗ ରେଫରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଶୁଭେଛା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.