ଭୁବନେଶ୍ୱର, ୩୦ /୦୯/୨୦୨୨ (ଓଡ଼ିଶା ସମାଚାର)- ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ମାସେ ସମୟ ବଢ଼ିଲା। ଆଜି ସରୁଥିବା ଡେଡ୍ ଲାଇନ୍ ଅକ୍ଟୋବର ୩୧ ଯାଏଁ ବଢ଼ିଲା। ଏନେଇ ଅବଧି ବୃଦ୍ଧି ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ବିଜ୍ଞପ୍ତି ଜାରି କରିଛନ୍ତି।
ସମସ୍ତ ନମ୍ବର ପାଇଁ ମାସେ ପର୍ୟ୍ୟନ୍ତ ବଢ଼ିଲା ସମୟ ସୀମା। ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ମାସେ ମହଲତ ମିଳିଛି। ସମୟ ସୀମା ବୃଦ୍ଧି ପାଇଁ ହାଇକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର। ଯେଉଁ ଗାଡ଼ିର ଶେଷ ନମ୍ବର ୧,୨,୩,୪ ପାଇଁ ଆଜି ଥିଲା ଡେଡଲାଇନ୍ । ଏବେ ସମୟ ସୀମା ବଢ଼ିବା ପରେ ୩୧ ଅକ୍ଟୋବର ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ପାରିବେ । ସେହିପରି ୫,୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ହେଉଛି ଡେଡଲାଇନ୍। ୭ କିମ୍ବା ୮ ଥିଲେ ୩୧ ଡିସେମ୍ବର ଓ ୯ କିମ୍ବା ୦ ଥିଲେ ୩୧ ଜାନୁଆରୀ ସୁଦ୍ଧା ପଞ୍ଜୀକରଣ ପାଇଁ ସମୟ ଧାର୍ୟ୍ୟ କରାଯାଇଛି। ଏ ସମ୍ପର୍କରେ ସମସ୍ତ ଜିଲାର ଏସପି ଓ ରାଟିଓ ମାନଙ୍କୁ ଜଣାଇ ଦିଆଯାଇଛି । ମାସେ ସମୟ ବଢ଼ିଥିବାରୁ ହେଳା ନକରି ସେହି ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଯାନ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନେବା ଉଚିତ । ମାସେ ସମୟ ବଢ଼ିଗଲା, ଲଗାଇବାତ ଏପରି ନଭାବି ତୁରନ୍ତ ଏହି ସମୟ ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନିଅନ୍ତୁ । ଓଡ଼ିଶା ସମାଚାର