Friday , December 9 2022
Breaking News
Home / ଶିକ୍ଷା / ସ୍ଥାୟୀ ବି.ଇ.ଓ ନିମନ୍ତେ ଦାବି ପତ୍ର ପ୍ରଦାନ

ସ୍ଥାୟୀ ବି.ଇ.ଓ ନିମନ୍ତେ ଦାବି ପତ୍ର ପ୍ରଦାନ

ନିରାକାରପୁର/ ଟାଙ୍ଗୀ ୩୦/୦୯/୨୦୨୨(ଓଡ଼ିଶା ସମାଚାର)-ଟାଙ୍ଗି ବ୍ଲକରେ ଦୀର୍ଘଦିନ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ପଦ ପୂରଣ କରା ନଯାଇ କାମଚଳା ଶିକ୍ଷାଧିକାରୀମାନଙ୍କ ଦ୍ଵାରା ଅଫିସ କାର୍ୟ୍ୟ ଚଳା ଯିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମସ୍ୟା ଗୁଡିକ ସମାଧାନ ନ ହୋଇ ପଡି ରହିଛି । କେବଳ ବି.ଇ.ଓ ନୁହେଁ ଏହି କାର୍ୟ୍ୟାଳୟରେ ଏମ୍ ଆଇ ଏସ୍, ଏକାଉଣ୍ଟଟାଣ୍ଟ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ(ଏ.ବି.ଇ.ଓ ) ଗୋଟିଏ ପଦବୀ ମଧ୍ୟ ଖାଲି ପଡ଼ିଛି କ୍ଷ ଏହାର ସୁଯୋଗ ନେଇ କିଛି ନ୍ୟସ୍ତସ୍ୱାର୍ଥ ପ୍ରକୃତିର ଲୋକ ପ୍ରତି କାର୍ୟ୍ୟ ପାଇଁ ଚାନ୍ଦା ଆଦାୟରେ ଲାଗି ପଡ଼ିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଜି ପି ଏଫ୍ ଉଠାଣ, ସର୍ଭିସ୍ ବୁକ ଅପ ଡେଟେସନ୍, ମାତୃତ୍ୱ କାଳୀନ ଛୁଟି ମଞ୍ଜୁର, ପଦୋନ୍ନତି ଇତ୍ୟାଦି ଅନେକ କାର୍ୟ୍ୟ ବସ୍ତୁତଃ ସ୍ଥାଣୁ ପାଲଟି ଯାଇଛି । କାମଚଳା ବି.ଇ.ଓ ସ୍ଵତନ୍ତ୍ର ଭାବରେ ଦୃଷ୍ଟି ଦେଇ ପାରୁ ନଥିବାରୁ ଏପରି ଅବ୍ୟବସ୍ଥା ଲାଗି ରହିଛି । ତେଣୁ ରିକ୍ତ ପଦବୀ ଗୁଡିକରେ ନିଯୁକ୍ତି କରାଯିବା ନିମନ୍ତେ ଆଜି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦସ୍ତଖତ ଥାଇ ଏକ ଦାବି ପତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସାବିତ୍ରୀ ସାହୁଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଖୋର୍ଦ୍ଧା,ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ,ମାନ୍ୟବର ବିଧାୟକ ଖୋର୍ଦ୍ଧା, ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।ଦାବିପତ୍ର ପ୍ରଦାନ ସମୟରେ ସଭାପତି କିଶୋର କୁମାର ଦାଶ, ସମ୍ପାଦକ ପ୍ରଦୀପ କୁମାର ପରିଡା, ସହ ସମ୍ପାଦକ ଅମ୍ଳାନ ପ୍ରହରାଜ, ବିଜୟ କୁମାର ସେଠୀ, ମମତା ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.