ଟାଙ୍ଗି, ୩୦ /୦୯/୨୦୨୨ (ଓଡ଼ିଶା ସମାଚାର /ଦୀପକ ପ୍ରଧାନ) : ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାର ଚତୁର୍ଦ୍ଦଶ ଦଶଦିବସ ଓ ନବରାତ୍ରର ପଞ୍ଚମ ଦିବସରେ କଲ୍ୟାଣମୟୀ ଜଗଜ୍ଜନନୀ ମା ଉଗ୍ରତାରା ଓ ମା’ବନଦୁର୍ଗା ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି । ଟାଙ୍ଗି ବ୍ଳକ ମୁଳିଝରଗଡ ସ୍ଥିତ ମା ଉଗ୍ରତାରା ଓ ରାମେଶ୍ଵର ସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ବହୁ ଭକ୍ତ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ମା ଉଗ୍ରତାରାଙ୍କ ଯଥାବିଧି ଅନୁସାରେ ପୂଜା ହୋଇଥିବା ବେଳେ ମା ବନଦୁର୍ଗାଙ୍କ ଶ୍ରୀ ଜଗନ୍ନାଥଙ୍କ ପ୍ରଧାନ ସେବକ ଶମ୍ଭୁନାଥ ଗୋପାଳ ଖୁଣ୍ଟିଆ (କୁନୁ ଖୁଣ୍ଟିଆ), ନୃସିଂହ ମେକାପ, ସତ୍ୟନାରାୟଣ ପଣ୍ଡା, ସୋମନାଥ ମିଶ୍ର, ବାଳକୃଷ୍ଣ ପଣ୍ଡା, ପୁଅ ପଢ଼ିହାରି, ରବିନାରାୟଣ ମହାନ୍ତି ପ୍ରଭୃତି ଉପସ୍ଥିତ ରହି ଶ୍ରୀ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ୍ଟ, କରପଲ୍ଲବ ପୁଷ୍ପମାଲ୍ୟ ପ୍ରଭୃତି ଦ୍ରବ୍ୟ ଦ୍ବାରା ସୁଶୋଭିତ କରି ଦହି ପଖାଳ, ମାଲପୁଆ, ବିରିଲଡୁ, ମଗର୍ଜିଲବୁ ପ୍ରଭୃତି ମହାପ୍ରଭୁଙ୍କ ମହାପ୍ରସାଦ ସମର୍ପଣ କରିଥିଲେ ଏବଂ ବିଶ୍ବର ମଙ୍ଗଳ କାମନା କରି ସ୍ତୁତି ପାଠ କରିଥିଲେ। ସକାଳୁ ମାଙ୍କର ମଙ୍ଗଳ ଆଳତି,କଳଶ ପୂଜା, ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଆଳତି ପୁଷ୍ପାଞ୍ଜଳି, ଅଧରପଣାଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।