Monday , June 5 2023
Breaking News
Home / ବିଶେଷ / ମାଆ ଜଗତ ଜନନୀ ଦୁର୍ଗାଙ୍କ ନବଦିନାତ୍ମକ ପୂଜା

ମାଆ ଜଗତ ଜନନୀ ଦୁର୍ଗାଙ୍କ ନବଦିନାତ୍ମକ ପୂଜା

ଜୁନାଗଡ଼, ୩୦ /୦୯/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ )-ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏହି ନବରାତ୍ରୀ ପୂଜାର ମହାତ୍ମ୍ୟ ଅଧିକ ରହିଛି ।ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଜୁନାଗଡ଼ ସହର । ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମେଢ ସାଙ୍ଗକୁ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଛି ଜୁନାଗଡ଼ ସହର । ଏଥି ସହ ଚଳିତ ବର୍ଷ ସାହୁ ପଡା ପୂଜା କମିଟି ପକ୍ଷରୁ ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୋଲଡେନ ଜୁବିଲି ପାଳନ କରୁଛନ୍ତି । ସାହୁ ପଡା ପୂଜା କମିଟି ଭଳି ଛୋଟ ବଡ ୩ ଟି ପୂଜା ମେଢକୁ ନେଇ ପୂଜା କମିଟି ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହା ଛଡା ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ବିଭିନ୍ନ ମୂର୍ତ୍ତିମାନ ତିଆରି ହୋଇଛି । ଏସବୁ ଭିତରେ ଶ୍ରଦ୍ଧାଳୁ ଓ ଦର୍ଶକ ମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

Leave a Reply

Your email address will not be published.