Saturday , December 3 2022
Breaking News
Home / ରାଜନୀତି / ବିଜେଡ଼ି ହାତ ଛାଡ଼ିଲେ ତେଜେଶ୍ୱର

ବିଜେଡ଼ି ହାତ ଛାଡ଼ିଲେ ତେଜେଶ୍ୱର

ଭୁବନେଶ୍ୱର/ ପାଟକୁରା,୩୦/୦୯/୨୦୨୨(ଓଡ଼ିଶା ସମାଚାର)- ବିଜେଡ଼ି ହାତ ଛାଡ଼ିଲେ ତେଜେଶ୍ୱର । ବିଜେଡ଼ିର ଯୁବ ନେତା, ପୂର୍ବତନ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ସଭାପତି ତେଜେଶ୍ୱର ପରିଡ଼ା ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଇମେଲ ଯୋଗେ ଦଳର ସଭାପତି ଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ଦିଲୀର ଜଣେ ଛାତ୍ର ନେତା ହିସାବରେ ବେଶ୍ ଜଣାଶୁଣା ଥିବା ତେଜେଶ୍ୱର ପରିଡ଼ା ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ତାଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ, ମିଡ଼ିଆ ପ୍ୟାନେଲିଷ୍ଟ, ତାରକା ପ୍ରଚାରକ , ନିର୍ବାଚନ ମ୍ୟାନିଫେଷ୍ଟୋ କମିଟି ସଦସ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆହିବା ସହିତ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ର ସଭାପତି ପଦରେ ବସାଯାଇଥିଲା । ନିଷ୍କ୍ରିୟ ହୋଇ ପଡ଼ିଥିବା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ତାଙ୍କ ଉଦ୍ୟମରେ ଚଳ ଚଂଚଳ ହୋଇପାରିଥିଲା । ତେବେ ଗତ କିଛି ବର୍ଷ ହେଲା ତାଙ୍କୁ ଦଳ ଅଣଦେଖା କରୁଥିଲା । ଜଣେ ଚଳ ଚଂଚଳ ଯୁବ ନେତା ବର୍ଷ ବର୍ଷ ଧରି ଦଳର ଅଣଦେଖା ହୋଇ ରହିଥିବାବେଳେ ଗତ କିଛି ମାସ ହେଲା ସେ ତାଙ୍କର ସମର୍ଥକ ଓ ଶୁଭେଛୁ ମାନଙ୍କୁ ଭେଟି ତାଙ୍କର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସେ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ସେ କେଉଁ ଦଳରେ ଯୋଗଦେବେ, ସେ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.