Friday , December 9 2022
Breaking News
Home / କୃଷି / ଦିନିକିଆ କୃଷିଭିତ୍ତିକ କର୍ମଶାଳା

ଦିନିକିଆ କୃଷିଭିତ୍ତିକ କର୍ମଶାଳା

ଟାଙ୍ଗି, ୩୦ /୦୯/୨୦୨୨ (ଓଡିଶା ସମାଚାର /ଦୀପକ ପ୍ରଧାନ) :ଟାଙ୍ଗି ବ୍ଳକ ଛଣଗିରି  ଠାରେ ଦିନିକିଆ କୃଷିଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉଗ୍ରତାରା ଫେଡ ଫାରର୍ମସ ପ୍ରଡକ୍ସନ କମ୍ପାନୀ ଲିମିଟେଡ଼ ସହଭାଗିତାରେ କୃଷକ ଉତ୍ପାଦକ ସଂଘ ର ସିଇଓ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱ ରେ କୃଷି ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଛି।ଏହି କର୍ମଶାଳାରେ ଟାଙ୍ଗି ବ୍ଲକର ଶତାଧିକ ଚାଷୀ ଯୋଗ ଦେଇଥିବା ବେଳେ ମୂଖ୍ୟ ଅତିଥି ଭାବରେ ଟାଙ୍ଗି ବ୍ଲକ କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଯୋଗ ଦେଇ କୃଷକ ମାନେ ଖରିଫ ଓ ରବି ଋତୁରେ ଚାଷ କଲେ ସରକାରଙ୍କ ଠାରୁ କିଭଳି ସମସ୍ତ ସୁବିଧା ପାଇ ପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।ସରକାରଙ୍କ ଦ୍ୱାରା ଯୋଗାଇ ଦିଆ ଯାଉଥିବା ବିହନ,ସାର କିଭଳି ଚାଷୀ ସୁଲଭ ଦରରେ ଓ ସୁବିଧାରେ ପାଇବେ ଏବଂ ଉତ୍ପାଦିତ  ଦ୍ରବ୍ୟ କୁ ସାଇତି ରଖି ସୁଲଭ ଦରରେ ବିକ୍ରୀ କରି ପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।ଗୃହ ପାଳିତ ଗାଈ ଗୋରୁ ରଖିବା ସହିତ ଗାଈ ଗୋବର ବ୍ୟବହାର କରି ଜୈବିକ ଉପାୟରେ ଚାଷ କରିବା ପାଇଁ ଚାଷୀ ଭାଇ ମାନଙ୍କୁ ପରାମର୍ଶ ଦେଇଥିଲେ ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ମିଶ୍ର ।ଓଡିଶା ସମାଚାର

Leave a Reply

Your email address will not be published.