ଢେଙ୍କାନାଳ, ୩୦ /୦୯/୨୦୨୨ (ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆମ ଜିଲ୍ଲାର ସମସ୍ତ ମେଡ଼ିକାଲ ଗୁଡିକ ରେ ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ । ଏହାଦ୍ୱାରା ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ପ୍ରଚୁର ପରିମାଣରେ ପ୍ରାକୃତିକ ଅମ୍ଳଜାନ ମିଳିବା ସହ ଆମ ପରିବେଶ ସୌନ୍ଦର୍ୟ୍ୟ କରଣ ହୋଇ ପାରିବ । ଏଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଆମ ମେଡ଼ିକାଲ ଡାକ୍ତରଖାନା ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ।
ଢେଙ୍କାନାଳ ମେଡ଼ିକାଲ ର ବିଶେଷ ସମସ୍ୟା ମେଡ଼ିକାଲ ରେ ଯେତିକି ଡାକ୍ତର ରହିବା କଥା ସେତିକି ଡାକ୍ତର ନର୍ସ ନଥିବା ହେତୁ ଜିଲ୍ଲାର ବହୁତ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଅଛନ୍ତି । ଏଣୁ ମୁଁ ଗଣମାଧ୍ୟମ ଜରିଆରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ନିବେଦନ କରୁଅଛି ମେଡ଼ିକାଲ ରେ ତୁରନ୍ତ ଡାକ୍ତର ନର୍ସ ସମସ୍ୟାର ସମାଧାନ କରି ଡାକ୍ତର ପଦବୀ ପୂରଣ କରନ୍ତୁ ବୋଲି ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ କହିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମ ରେ ସମାଜସେବୀ ପରମାନନ୍ଦ ପଣ୍ଡା, ଯୁବଶକ୍ତି ର ଅଜୟ ସାହୁ, ସଞ୍ଜୟ ସାହୁ, ରାଜେଶ ଭୋଇ, ଓ ସୁରକ୍ଷା କର୍ମଚାରୀ ଭାଇ ମାନେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର