କଟକ, ୩୦/୦୯/୨୦୨୨(ଓଡ଼ିଶା ସମାଚାର)- ଜଷ୍ଟିସ ଜସୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି। ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ଏହି ନିଷ୍ପତ୍ତି ନେଇଛି। ଜଷ୍ଟିସ ଜସୱନ୍ତ ସିଂହ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ୟ୍ୟ କରୁଛନ୍ତି।
ଜଷ୍ଟିସ ଜସୱନ୍ତ ସିଂହ ଫେବୃଆରୀ ୨୩, ୧୯୬୧ରେ ରୋହତକରେ ଜନ୍ମଗ୍ରହଣ କରିଥିଲେ। ସେ ୫ ଡିସେମ୍ବର ୨୦୦୭ ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ଭାବରେ କାର୍ୟ୍ୟ ଆରମ୍ଭ କରିଥିଲେ। ଜଷ୍ଟିସ ଜସୱନ୍ତ ସିଂହ ଅକ୍ଟୋବର ୮, ୨୦୨୧ ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯିବା ପରେ ଜଷ୍ଟିସ୍ ଯଶୱନ୍ତ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି।