ଭୁବନେଶ୍ୱର,୩୦/୦୯/୨୦୨୨(ଓଡ଼ିଶା ସମାଚାର)- ଆଜି (ଶୁକ୍ରବାର) ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟାବେଳେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିବେ ।
ଏଥିରେ ଅର୍ଥ, ସାଧାରଣ ପ୍ରଶାସନ, ଆଇନ, ଜଳ ସମ୍ପଦ ବିଭାଗ ସମେତ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି । ଓଡ଼ିଶା ସମାଚାର