କଟକ ସଦର, ୩୦ /୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡା ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ତିନି ମାସ ପୂର୍ବରୁ ସରିଥିବା ବେଳେ ଆଜି (ଶୁକ୍ରବାର) ନାଏଵ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ସମର୍ଥିତ ନାଏଵ ସରପଞ୍ଚ ପ୍ରାର୍ଥିନୀ ଯମୁନା ମୁର୍ମୁ ମାତ୍ର ଖଣ୍ଡିଏ ଭୋଟ ଅଧିକା ପାଇ ନିର୍ବାଚିତ ହୋଇଥିବା ଜଣାପଡିଛି।
ଯମୁନା ୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଶାନ୍ତ ସେଠୀ ୭ ଖଣ୍ଡ ଭୋଟ ପାଇଥିଲେ। ସରପଞ୍ଚଙ୍କ ସହିତ ମିଶି ପଞ୍ଚାୟତର ଜନହିତକର କାର୍ଯ୍ୟକୁ ଆଗେଇ ନେଵାକୁ ବିଜୟୀ ନାଏଵ ସରପଞ୍ଚ ଯମୁନା କହିଛନ୍ତି। ଏହି ଵିଜୟ ଯଶପଡା ଵାସୀଙ୍କର ଵୋଲି ସରପଞ୍ଚ ମିନତୀ ସେଠୀ, ପୂର୍ବତନ ସରପଂଚ ସୁବାଷ ମହାନ୍ତି, ବିଜେଡି ନେତା ଵିଭୁଦତ୍ତ ରାଉତରା, ସୁଶାନ୍ତ ସାହୁ,ଅଜୟ ମହାନ୍ତି ପ୍ରମୁଖ କହିଛନ୍ତି।