Saturday , June 10 2023
Breaking News
Home / ବିଶେଷ / ଆମ ପରିବାରର ନୂଆ ସଭାପତି ହେଲେ ପ୍ରମୋଦ କୁମାର ପୃଷ୍ଟି

ଆମ ପରିବାରର ନୂଆ ସଭାପତି ହେଲେ ପ୍ରମୋଦ କୁମାର ପୃଷ୍ଟି

ଭୁବନେଶ୍ୱର,୩୦/୦୯/୨୦୨୨(ଓଡ଼ିଶା ସମାଚାର)-ଆଧ୍ୟାତ୍ମିକ ଓ ସାମାଜିକ ସଂଗଠନ ‘ଆମ ପରିବାର’ ତାର ପାଂଚବର୍ଷ ପୂର୍ତି ପାଳନ କରିଛି । ଭୁବନେଶ୍ୱର ସହିଦନଗରସ୍ଥିତ ‘ଆମ ପରିବାର’ ଓଡ଼ିଶାର ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ସହ ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ସହ ନୂତନ ରାଜ୍ୟ ସଭାପତି ଘୋଷଣା କରିଛି ସଂଗଠନ । ସମାଜସେବୀ ମହାସଂଘ ରାଜ୍ୟ ସଭାପତି ବାପୁ ଓଝାଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସଂଗଠନର ସମସ୍ତ ସଦସ୍ୟଙ୍କ ଆଲୋଚନା ପରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ପୃଷ୍ଟିଙ୍କୁ ସଂଗଠନର ସଭାପତି ଚୟନ କରାଯାଇଥିଲା । ଆମ ପରିବାରର ମାନର୍ଗଦର୍ଶକ ହରିଓଁ ବାବା, କାଲା ବାବା, ବାବା ପଥଦେବ, ପ୍ରମୋଦ କୁମାର ପୃଷ୍ଟିଙ୍କୁ ଆନୁଷ୍ଠାନିକ ଶପଥ ପାଠ କରାଇଥିଲେ । ଏହା ସହ ‘ଆମ ପରିବାର’ ଓଡ଼ିଶାର ରାଜ୍ୟ କର୍ମକର୍ତା ଘୋଷଣା କରାଯାଇଥିଲା । ଚଳଚ୍ଚିତ୍ର ଅଭିନେତା ସୁମନ ମହାରଣାଙ୍କୁ ବାମନ ସଂଘ ସଭାପତି, ସ୍ନେହାଶ୍ରୀଙ୍କୁ କିନ୍ନର ସଂଘ ସଭାପତି, ମାତା ମାଙ୍କୁ କିନ୍ନର ସଂଘ ସମ୍ପାଦିକା, ବିଶ୍ୱଜିତ ବହଳିଙ୍କୁ ଖୋର୍ଦ୍ଧା ଜିଲ୍ଳା ସଭାପତି ଓ ଚୌଧୁରୀ ଚନ୍ଦ୍ରକାନ୍ତ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଓ ଚିତରଞ୍ଜନ ଦାସ ଓ ସଂଜୟ ପରିଡ଼ାଙ୍କୁ ସଂଗଠନର ରାଜ୍ୟ ପ୍ରଭାରୀ ଭାବେ ସଂଗଠନ ଘୋଷଣା କରିବା ସହ ଶପଥ ପାଠ କରାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନର ମୁଖ୍ୟ ପରିଚାଳକ ସତ୍ୟ ଜେନା । ଓଡ଼ିଶା ସମାଚାର

Leave a Reply

Your email address will not be published.