Friday , December 9 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ହବିଷିଆଳି ଯୋଜନା:

ହବିଷିଆଳି ଯୋଜନା:

ଆଜି ସରିବ ପଞ୍ଜୀକରଣ, ଆବେଦନ କଲେଣି ୨୩୦୦

ପୁରୀ,୨୯/୦୯/୨୦୨୨ (ଓଡ଼ିଶା ସମାଚାର)-ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳି ଯୋଜନା କାର୍ଯ୍ୟକାରୀ କରାଯାଉଛି। ତେବେ କରୋନା ମହାମାରୀ ପାଇଁ ଦୁଇବର୍ଷ  ଏହା ବନ୍ଦ ରହିବା ପରେ ଚଳିତବର୍ଷ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି। ମୁଖ୍ୟତଃ ହବିଷିଆଳିମାନଙ୍କ ରହଣି, ପୂଜାର୍ଚ୍ଚନା, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ତେବେ ରାଜ୍ୟ ସରକାରଙ୍କ ଏହି ମହତାକାଂକ୍ଷୀ ଯୋଜନାର ପାଇଁ ଗତ ୧୩ ତାରିଖଠାରୁ ଆରମ୍ଭ ହୋଇଥିବା ପଞ୍ଜୀକରଣ ଗୁରୁବାର ଶେଷ ହେବ। ତେବେ ବୁଧବାର ସୁଦ୍ଧା ୨,୩୦୦ ଜଣ ହବିଷିଆଳି ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ ୯୦୦ ଜଣ ଆବେଦନ କରିଥିବା ବେଳେ ଖୋର୍ଦ୍ଧା ୪୯୯, ଗଞ୍ଜାମରୁ ୨୫୦, ନୟାଗଡ଼ ୧୯୭ ଜଣ ରହିଛନ୍ତି। ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ବ୍ରତଧାରୀ ଆବେଦନ କରିଛନ୍ତି । ତେବେ ଯେଉଁମାନେ ଅନ୍ ଲାଇନ ଓ ଅଫ୍ ଲାଇନରେ ଆବେଦନ କରୁଛନ୍ତି ସେମାନଙ୍କ ପାଇଁ ଗୁରୁବାର ଶେଷ ଦିନ ରହିଥିବା ବେଳେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଶୁକ୍ରବାର ସୁଦ୍ଧା ଫର୍ମ ଦେଇପାରିବେ ବୋଲି ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

 

Leave a Reply

Your email address will not be published.