Friday , December 9 2022
Breaking News
Home / ବିଶେଷ / ‘ସହଯୋଗ’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଗର୍ଭସମାପ୍ତି ସଂଶୋଧିତ (MTP) ଅଧିନିୟମ ସମ୍ପର୍କରେ ଆଲୋଚନା

‘ସହଯୋଗ’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଗର୍ଭସମାପ୍ତି ସଂଶୋଧିତ (MTP) ଅଧିନିୟମ ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର,୨୯/୦୯/୨୦୨୨(ଓଡ଼ିଶା ସମାଚାର)- ସ୍ଥାନୀୟ ଗୀତଗୋବିନ୍ଦ ସଦନ, ସମ୍ମିଳନୀ କକ୍ଷ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ଭୁବନେଶ୍ୱର ଙ୍କ ତରଫରଭ ଡ଼ାକ୍ତରୀ ପଦ୍ଧତିରେ ଗର୍ଭ ସମାପ୍ତି ସଂଶୋଧିତ (MTP) ଅଧିନିୟମ-୨୦୨୧ ଏବଂ ନୂତନ ନୀତି ସମ୍ପର୍କରେ ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କୁ ନେଇଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ସହଯୋଗର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ସମସ୍ତ ଅତିଥି, ନିଖିଳ ଓଡ଼ିଶା ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ୟୁନିଅନର ସାଧାରଣ ସମ୍ପାଦିକା, ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଶାକର୍ମୀ, ସ୍ୱାସ୍ଥୃ୍ୟ ଅଧିକାର ଉପରେ କାର୍ଯ୍ୟକରୁଥିବା ସିଭିଲସୋସାଇଟିର ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ । ଆଲୋଚନାଚକ୍ର ଆୟୋଜନ ଅଦୃଷ୍ଟ ଏବଂ ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରି ସେ କହିଥିଲେ କମନହେଲ୍ଥ ହେଉଛି ଜାତୀୟସ୍ତରରେ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିମାନଙ୍କର ଏକ ମିଳିତ ମଂଚ ଯାହା ସାମଗି୍ରକଭାବରେ ବିଶେଷକରି ଅବହେଳିତ ମହିଳାମାମାନଙ୍କର ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସୁଧାର ଆଣିବାପାଇଁ କାର୍ଯ୍ୟକରୁଛି । ସହଯୋଗ ଅନୁଷ୍ଠାନ କମନହେଲ୍ଥର ମୁଖ୍ୟ ସଦସ୍ୟଭାବେ ରାଜ୍ୟରେ ମହିଳାମାନଙ୍କ ଯୌନ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ରିସର୍ଚ୍ଚ ପ୍ରକଳ୍ପରେ କାର୍ଯ୍ୟ କରିବା ସହିତ ବିଗତ ଦୁଇବର୍ଷଧରି ସୁରକ୍ଷିତ ଗର୍ଭ ସମାପ୍ତି ଉପରେ ସଚେତନତା ବଢାଇବାପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକରୁଛି ।ଡ଼ାକ୍ତରୀ ପଦ୍ଧତିରେ ଗର୍ଭ ସମାପ୍ତି ଅଧିନିୟମ-୧୯୭୧ ଏବଂ ବର୍ତମାନ ସଂଶୋଧିତ ଅଧିନିୟମ୨୦୨୧ ଏବଂ ସେଥିରେ ପରିବର୍ତିତ ନୂତନ ନୀତିର ସଫଳ କି୍ରୟାନ୍ୱୟନ ହେଲେ ଜଣେ ମହିଳା ସୁରକ୍ଷିତ ଗର୍ଭସମାପ୍ତଶ ସେବା ପାଇପାରିବେ ।କାର୍ଯ୍ୟକ୍ରମରେ ଡ଼ାଃ ସେବା ମହାପାତ୍ର ପୂର୍ବତନ ନିର୍ଦ୍ଧେଶିକା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଭାପତିତ୍ୱ କରିଥିଲେ । ଡ଼ାଃ ଦିନବନ୍ଧୁ ସାହୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଧେଶାଳୟରୁ ପ୍ରତିନିଧିତ୍ୱ କରିଥିଲେ । ସେସରକାରଙ୍କ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିକହିଥିଲେ ଯେ ଅସ୍ଥାୟୀ ଗର୍ଭନିରୋଧକ ବ୍ୟବହାର, ପୁରୁଷ ବନ୍ଧ୍ୟା କରଣଏବଂ ଆବଶ୍ୟକତା ଅନୁଯାୟୀ ସଠିକ୍ ସମୟରେ ମହିଳାଙ୍କୁ ଗର୍ଭ ସମାପ୍ତି ସେବା ଯୋଗାଇ ଦେବାରେ ଆଶା, ଅଙ୍ଗନବାଡ଼ି ଏବଂ ଏ.ଏନ.ଏମଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ।ବର୍ତମାନର ନିୟମ ଅନୁଯାୟୀ ୨୦ ସପ୍ତାହର ଗର୍ଭ ପାଇଁ ଜଣେ ପଞ୍ଜିକୃତ ଡ଼ାକ୍ତରଙ୍କ ମତନେଇ ଗର୍ଭସମାପ୍ତି କରାଯାଇପାରିବ । ୨୦-୨୪ ସପ୍ତାହ ଗର୍ଭପାଇଁ ୨ ଜଣ ପଞ୍ଜିକୃତ ଡ଼ାକ୍ତରଙ୍କ ମତ ଆବଶ୍ୟକ । ୨୪ରୁ ଉଦ୍ଧ୍ୱର୍ ଗର୍ଭ ପାଇଁ ରାଜ୍ୟ ମେଡ଼ିକାଲ ବୋର୍ଡ଼ ଅନୁମୋଦନ ଆବଶ୍ୟକ ।ଏହି ଅନୁମୋଦନ ୩ ଦିନରେ ହେବ ଏବଂ୫ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ପୂର୍ବରୁ କେବଳ ବିବାହିତା ମହିଳା ଗର୍ଭ ସମାପ୍ତି କରିପାରୁଥିଲେଏବେ ଅବିବାହିତା ମହିଳାଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । ଜନସ୍ୱାସ୍ଥ୍ୟ ଅଭିଯାନର ଜାତୀୟ ଯୁଗ୍ମ ଆବାହକ ଗୌରାଙ୍ଗ ମହାପାତ୍ର ସଠିକ୍ ସୂଚନା ସହିତ କାର୍ଯ୍ୟକ୍ରମ ପ୍ରତି ଆନ୍ତରିକତା ଉପରେ ଆଲୋଚନା କରିଥିଲେ । ଆଶାକର୍ମୀ, ଅଙ୍ଗନବାଡ଼ି କିମ୍ବା ଏ.ଏନ.ଏମ ଏବଂ ସ୍ୱାସ୍ଥ୍ୟବିଭାଗ ସତତଜାଗୃତି ମହିଳା ମାନଙ୍କର ସ୍ୱାସ୍ଥ୍ୟ ଏବଂ ଅଧିକାର ସମ୍ପର୍କରେ ସମମ୍ବେଦନଶୀଳତାହିଁ କୌଣସି ପ୍ରଗତିଶୀଳ ଆଇନର ଉପଯୁକ୍ତ କାର୍ଯ୍ୟକାରୀତା ଉପରେ ନିର୍ଭରକରେ ବୋଲି କହିଥଲେ ।
୧୯୭୧-ମସିହାର ଡ଼ାକ୍ତରୀ ପଦ୍ଧତିରେ ଗର୍ଭସମାପ୍ତି ଅଧିନିୟମ ମହିଳାମାନଙ୍କୁ କେତେକ ସର୍ତରେ ଗର୍ଭସମାପ୍ତିର ଆଇନଗତ ଅଧିକାର ପ୍ରଦାନ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ମହିଳାମାନେ ସୁରକ୍ଷିତ ଗର୍ଭସମାପ୍ତି ଏବଂ ପରବର୍ତୀ ଯତ୍ନ ଏବଂ ଚିକତ୍ିସା ସେବାରୁ ବଂଚିତ ହେଉଛନ୍ତି ଏବଂ ଅସୁରକ୍ଷିତ ଗର୍ଭସମାପ୍ତିହେତୁ ସଂକ୍ରମଣରେ ଅନେକ ମା’ଙ୍କର ମୃତୁ୍ୟୁ ଘଟୁଛି । ଯାହାକୁ ରୋକାଯାଇପାରିବ । ଡ଼ାଃ ମହାପାତ୍ର କହିଥିଲେ ଆମେ କେବଳ ମହିଳାଙ୍କ ବାର୍ତାଦେଉଛୁ କିନ୍ତୁ ପ୍ରଜନନ କ୍ଷେତ୍ରରେ କେତେ ମହିଳା ନିଜର ଅଧିକାର ସାବ୍ୟସ୍ତ କରିପାରୁଛନ୍ତି ତେଣୁ ସ୍ୱାମୀ, ସ୍ତ୍ରୀଏବଂ ଘରର ବୟୋଜ୍ୟେଷ୍ଠ ଲୋକମାନଙ୍କୁ ପରାମର୍ଶ ଦେବାର ଆବଶ୍ୟକତା ଅଛି ।ସମାଜରେ ଗର୍ଭଧାରଣ, ସନ୍ତାନ ଜନ୍ମଏବଂଗର୍ଭ ନିୟୋଜନ ମହିଳାଙ୍କ ଦାୟୀତ୍ୱ ଗ୍ରହଣ କରିନେଇଛନ୍ତି । ତେଣୁ ଏଥିରେ ପରିବର୍ତନ ଆବଶ୍ୟକତା ଅଛି ।UFPA ପ୍ରତିନିଧି ରେଜାଲିନ ଏବେ ଗର୍ଭଧାରଣର ହାରାହାରି ବୟସ ପୂର୍ବ କମିଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ପରିସଂଖ୍ୟାନ ଗର୍ଭଧାରଣ ୫୦% ଅବାଂଛିତ ଗର୍ଭଧାରଣ ଏବଂ ଅଣସଂଯୋଜିତ ତେଣୁ ଅସ୍ଥାୟୀ ଗର୍ଭ ନରୋଧକର କିପରି ଅଧିକ ବ୍ୟବହାର ହେବ କିଶୋର କିଶୋରୀମାନଙ୍କୁ କିପରି କାଉନସେଲିଂ କରାଯାଇପାରିବ ତାଉପରେ ଚର୍ଚ୍ଚାକରିଥିଲେ । ସୁଭଦ୍ରା ସୁରେଖା ମଲ୍ଲିକ କହିଥିଲେ ପ୍ରକୃତିକ ଦୂର୍ବିପାକ, ଗଲା ମହାମାରୀ ଭଳି ଅଘୋଷିତ ଡ଼ିଜାଷ୍ଟରରେ ଅବିବାହିତ ମାତୃତ୍ୱ, କମ ବୟସରଙ୍କ ବିବାହ ବହୁତ ବଢିଛି । ଯାହାହେଉ ନୂତନ ପରିବର୍ତିତ ନିୟମରେ ଅବିବାହିତା ମହିଳାଙ୍କୁ ଗର୍ଭ ସମାପ୍ତିର ଅଧିକାର ମିଳିଛି । ନିଖିଳ ଓଡ଼ିଶା ଆଶାଏବଂ ଅଙ୍ଗନବାଡ଼ି କର୍ମୀ ୟୁନିଅନର ସାଧାରଣସମ୍ପାଦିକା, ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଶାକର୍ମୀମାନେ ଏ ଉପରେ ଅଧିକ ଯତ୍ନଶୀଳ ହେବେ ଏବଂ ଗର୍ଭପାତ, ଗର୍ଭନଷ୍ଟ ଭଳି ମହିଳା ମାନଙ୍କର ସମ୍ମାନହାନି କଲାଭଳି ଶବ୍ଦ ପ୍ରୟୋଗ ନକରି ଗର୍ଭସମାପ୍ତି ଶବ୍ଦର ପ୍ରୟୋଗ ପାଇଁ ସଚେତନତାର ବାର୍ତାବହ ହେବେବୋଲି କହିଥିଲେ । ସହଯୋଗ ର ସମ୍ପାଦିକା ଅନୁରୋଧ କରିଥିଲେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସକାରାତ୍ମକ ସହଯୋଗ ମିଳିପାରିଲେ ବ୍ୟାପକ ସଚେତନତା ଅନୁଷ୍ଠାନ ଉଭୟ କ୍ଷେତ୍ରକର୍ମୀ ଏବଂ ଗୋଷ୍ଠୀରେ କରିପାରିବ । ଆମର ସମସ୍ତଙ୍କ ଲକ୍ଷ୍ୟ ସୁରକ୍ଷିତ ମାତୃତ୍ୱ ଏବଂ ସୁସ୍ଥ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଉପରେ କେନ୍ଦ୍ରିଭୂତ ହେବାକୁ ମତପ୍ରକାଶ ପାଇଥିଲା । ହସ୍ତାକ୍ଷର ଅଭିଯାନ ପରେ ନିରୋଦ ମଲ୍ଲିକ‘ସହଯୋଗ’ର ସହକାରୀ ସେକ୍ରେଟାରୀଙ୍କ ଆନୁଷ୍ଠାନିକ ଧନ୍ୟବାଦ ସହ ଆଲାଚନା ସମାପ୍ତ ହୋଇଥିଲା ।

Leave a Reply

Your email address will not be published.