Friday , December 9 2022
Breaking News
Home / ବିଶେଷ / ମନ୍ତ୍ରୀ, ସାଂସଦ ଙ୍କ ଦ୍ୱାରା ୨.୮୪ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ମନ୍ତ୍ରୀ, ସାଂସଦ ଙ୍କ ଦ୍ୱାରା ୨.୮୪ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଭୁବନ,୨୯/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ଏନଏସି ର ଯୁବ ନଗରପାଳ ଯେଉଁ ବିକାଶର ନକ୍ସା ପ୍ରସ୍ତୁତ କରିଥିଲେ ସେଥିମଧ୍ୟରୁ ୨ କୋଟି ୮୪ ଲକ୍ଷ ଟଙ୍କା ବିନିମୟରେ ୧୦ ଟି ନୂତନ ପ୍ରକଳ୍ପର ଉଦଘାଟନ ଓ ୬ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି  ଓ ସାଂସଦ ମହେଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୧ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ବିଦ୍ୟୁତ ଚାଳିତ ଶବ ଦାହ ,ଆହାର କେନ୍ଦ୍ର ରୋଷଶାଳା , ୨ଟି କମ୍ୟୁନିଟି ସେଣ୍ଟର ,ମିନିପାର୍କ ,ବ୍ରହ୍ମାକୁମାରୀ ଆଶ୍ରମ ରାସ୍ତା ପ୍ରକଳ୍ପ ସକାଶେ ଶିଳାନ୍ୟାସ କରିଥିବା ବେଳେ  ୧ କୋଟି ୫୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମହିଳା ମହାବିଦ୍ୟାଳୟ ପାଠାଗାର ,ଶ୍ରୀରାମ ପରିସରରେ ପାଦଚଲା ରାସ୍ତା , ସରସ୍ୱତୀ ଶିଶୁ ମନ୍ଦିର ଶ୍ରେଣୀ ଗୃହ ,ହିଙ୍ଗୁଳା ମନ୍ଦିର ରୁ ବୁଦ୍ଧେଶ୍ୱର କୁ ସଂଯୋଗୀକରଣ ରାସ୍ତା , ଓ ୩ଟି କମ୍ୟୁନିଟି ଲାଟ୍ରିନ କୁ ଉଦଘାଟନ କରିଥିଲେ । ପରେ ଭୁବନ ଏନଏସି ସଦଭାବନା ଗୃହରେ ୧୭ ଜଣ ବିଧବା ମହିଳା ଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପନଗରପାଳ ମାନିନୀ ସାହୁ , ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.