Friday , December 9 2022
Breaking News
Home / କ୍ରୀଡ଼ା / ବିଶ୍ୱକପ୍ ହକି ଖେଳସୂଚୀ

ବିଶ୍ୱକପ୍ ହକି ଖେଳସୂଚୀ

ଉଦଘାଟନୀ ମ୍ୟାଚ୍ ୨୦୨୩ ଜାନୁଆରୀ ୧୩ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆର୍ଜେଂଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ
ଭୁବନେଶ୍ୱର,୨୮/୦୯/୨୦୨୨(ଓଡ଼ିଶା ସମାଚାର)- ୨୦୨୩ ଏଫଆଇଏଚ ପୁରୁଷ ବିଶ୍ୱକପ ହକିର ଖେଳସୂଚୀ ପ୍ରକାଶ ପାଇଛି । ଭୁବନେଶ୍ୱର ଓ ରାଉରକେଲା ରେ ଖେଳାଯିବ ଏଫଆଇଏଚ ପୁରୁଷ ବିଶ୍ୱକପ ହକି । କଳିଙ୍ଗ ଷ୍ଟାଡିୟମ ରେ ହେବ ଫାଇନାଲ , ସେମିଫାଇନାଲ , କ୍ୱାର୍ଟର ଫାଇନାଲ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ୨୦ ମ୍ୟାଚ । ଭୁବନେଶ୍ୱର ଓ ରାଉରକେଲା ରେ ହେବାକୁ ଥିବା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ୨୦୨୩ ଜାନୁଆରୀ ୧୩ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆର୍ଜେଂଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । କଳିଙ୍ଗରେ ସେହିଦିନ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ପରେ ସେହିଦିନ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ୱଲସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚରେ ଆୟୋଜକ ଭାରତର ମୁକାବିଲା ସ୍ପେନ ସହ ହେବ । ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଦଳ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ ଖେଳିବେ । ଓଡ଼ିଶା ସମାଚାର

 

Leave a Reply

Your email address will not be published.