Wednesday , May 31 2023
Breaking News
Home / ବିଶେଷ / ବିଚାର ମଂଚର ଦୁଇଟି ଦାବି ପୁରଣ ହେଲା –

ବିଚାର ମଂଚର ଦୁଇଟି ଦାବି ପୁରଣ ହେଲା –

ସିସିଟିଭି ଲାଗିଲା ଓ ନିର୍ବାଚନ ତାରିଖ ଘୋଷଣା ହେଲା –

କଟକ ସଦର, ୨୯/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ଵେହରା): ଆବଶ୍ୟକତା ଦୃଷ୍ଟିରୁ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ କନ୍ଦରପୁର ତ୍ରିଛକି ଵଜାରରେ ସିସିଟିଭି କ୍ୟାମେରା ଲଗାଇବା ଏବଂ ୬ ମାସ ହେଲା ଖାଲି ପଡିଥିବା କଟକ ସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ସମିତି ସଭ୍ୟା ନିର୍ବାଚନ କରିବାକୁ କଟକ ସଦର ବିଚାର ମଞ୍ଚ କଟକ ଡିସିପି ଓ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲା।ଏହି ଦୁଇଟି ଦାବି ପୁରଣ ହୋଇଥିବାରୁ ଉଭୟ କର୍ତୃପକ୍ଷଙ୍କୁ ମଞ୍ଚର ସଭାପତି ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା କୃତଜ୍ଞତା ଜଣାଇଛନ୍ତି।କମିଶନରେଟ ପୋଲିସ ଓ କନ୍ଦରପୁର ଵଜାର କମିଟି ଵିନାୟକ ସଂଘ ସହ ଭାଗିତାରେ ଵଜାରରେ ସିସିଟିଭି କ୍ୟାମେରା କାର୍ୟ୍ୟକ୍ଷମ ହୋଇଛି। ସେହିପରି ଗତିରାଉତପାଟଣା ପଞ୍ଚାୟତ ସମିତି ସଭ୍ୟ ନିର୍ବାଚନ ଆସନ୍ତା ନଭେମ୍ବର ୪ ତାରିଖରେ ହେଵ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଵିଚାର ମଞ୍ଚର ଏହି ଦାବି ସମ୍ପର୍କିତ ଖଵର ‘ ଓଡ଼ିଶା ସମାଚାର ‘ ରେ ବିସ୍ତୃତ ଭାବେ ପ୍ରକାଶ ପାଇଥିଲା।ମଞ୍ଚର ଏତାଦୃଶ କାର୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.