Saturday , December 3 2022
Breaking News
Home / ବିଶେଷ / ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ ଜୟନ୍ତୀ ପଟ୍ଟନାୟକ

ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ ଜୟନ୍ତୀ ପଟ୍ଟନାୟକ

ଭୁବନେଶ୍ୱର,୨୯/୦୯/୨୦୨୨(ଓଡ଼ିଶା ସମାଚାର)-ବିଶିଷ୍ଟ ସାହିତି୍ୟକା, ଲେଖିକା, ପ୍ରାକ୍ତନ ସାଂସଦ, ତଥା ବହୁମୁଖୀ ପ୍ରତିଭାଦୀପ୍ତ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ସ୍ମୃତି ସନ୍ଦେଶ ଦେଇ ମତବ୍ୟକ୍ତ କରିଥିଲେ ଯେ, ଜୟନ୍ତୀ ଦେବୀ ସମସ୍ତ ମହିଳାଙ୍କ ନ୍ୟାଯ୍ୟ ଦାବି ଶୁଣିବା ସହିତ ଆଶୁ ସମାଧାନ, ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଭାବେ ତାଙ୍କ ସ୍ମରଣୀୟ କାର୍ଯ୍ୟ, ସାଂସଦ ଭାବେ ସାଧାରଣ ଜନତାଙ୍କ ସମସ୍ୟା ବୁଝି ସଠିକ୍ ଭାବେ ନିବାରଣ କରିଥିଲେ । ଏହା ସହିତ ସାରସ୍ୱତ ଲେଖା ମାଧ୍ୟମରେ ସମାଜରେ ଏକ ବୈପ୍ଳବିକ ପରିବର୍ତନ ଆଣିବା ଦିଗରେ ତାଙ୍କ ଅବଦାନ ଥିଲା ଅତୁଳନୀୟ । ମୁଖପାତ୍ର ଅରବିନ୍ଦ ତି୍ରପାଠୀ, ସଂଯୋଜକ ନାରାୟଣ ଓଝା, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ବିଜୟ ପରିଡ଼ା ପ୍ରମୁଖ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତି୍ରପାଠୀ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.